KAMALKUMAR DASH

Comedy Horror Tragedy

4  

KAMALKUMAR DASH

Comedy Horror Tragedy

ଆରେଷ୍ଟ

ଆରେଷ୍ଟ

1 min
178



 ମନିସ ଅଳ୍ପ ଦିନ ହେଲା ରେଲୱେ ରେ ଷ୍ଟେସନ ମାଷ୍ଟର ଚାକିରୀ ପାଇଛି | ଛ ମlସ ଟ୍ରେନିଂ ପରେ ତାର ପୋଷ୍ଟିଂ କେକେ ଲାଇନ୍ ରେ ହେଲା l ତାର ଦେହ ବାରମ୍ବାର ଖରାପ ହେଲାରୁ ତାଙ୍କ ଘରେ ତାର ବାହାଘର ରିମା ସହ କରାଇଦେଲେ | ବାହାଘର ର କିଛିଦିନ ଠିକ ଠlକ ଚାଲିଲା | ତାପରେ ରିମା ପହଁଚିଲା କେକେ ଲାଇନ୍ ର ଏକ ଛୋଟ ଷ୍ଟେସନ ମନିସ ସାଥିରେ | ସହରର ଚାକଚକ୍ୟ ରୁ  ଦୁରକୁ ଆସି ରିମା କୁ ସବୁ କିଛି ଖରାପ ଲାଗୁଥିଲା | ସେ ଏ ନୂଆ ପରିସ୍ଥିତିରେ ଦୁଖୀ ହୋଇ ପଡୁଥିଲା ଓ ତାର ରାଗ ମନିସଉପରେ ସୁଝାଇବା ଆରଂଭ କଲl l ଛୋଟ ଛୋଟ କଥାରେ ଚିଡି ଖାଇବା ବନ୍ଦ କରିଦେଲା | ସେତେବେଳେ ଫୋନ ନଥିଲା ଚିଠିଲେଖିଲେ ଉତର ୧୫ ଦିନ ପରେ ମିଳୁଥିଲା | ଦିମାସ ପରେ ମନିସ ରିମାକୁ ତାଙ୍କ ଘରେ ଛାଡିଦେଲା | ରିମା କିଛିଦିନ ରହିଲା ପରେ ମନିସ ତାକୁ ଆଣିବାକୁ ଗଲା , ହେଲେ ସେ ମନl କରିଦେଲା | ମନିସ ଦୁଃଖରେ କେକେ ଲାଇନ୍ ର  ତାର ଛୋଟ ଷ୍ଟେସନକୁ ଫେରିଗଲା l 

               ରିମା ତା ଉପରେ ଓ ତା ବାପା ମାଙ୍କ ଉପରେ କେସ କଲା | ସମସ୍ତଙ୍କୁ ଆରେଷ୍ଟ କରାଇଲା | ବଡ଼ କଷ୍ଟରେ ସେମାନେ ମୁକୁଳିଲେ |  ମନିସ ବି କିଛି ଦିନ ଛୁଟି ନେଇ ଘରେ ରହିଲା | ସେବି କେସ୍ରେ ପାର୍ଟି ଥିବାରୁ ତାକୁ ପୋଲିସ ପଚାର ଉଚରା କଲା ଓ ଆରେଷ୍ଟ କଲା | ମନିସ ରିମା କୁ ବୁଝାଇବାକୁ ଗଲା ହେଲେ ସେ କଥା ହେବାକୁ ମନl କରିଦେଲା | ଏ ସବୁ ଭିତରେ ମନିସ ବି ବହୁତ ଦୁଖୀ ହୋଇଗଲା | ସେ ସବୁ ବେଳେ କିଛି ଚିନ୍ତା କରୁଥିଲା ଦିନେ ଡିଉଟି କରୁ କରୁ ତା ଗୋଡ଼ ଖସିଗଲା ଓ ସେ ଗୋଟେ ଗାଡି ତଳେ ପଡିଗଲା ଓ ତାର ଶରୀର ଦିଖଣ୍ଡ ହୋଇଗଲା | ଲୋକେ କହିଲେ ସେ ସୂଈସାଇଡ୍ ବୋଲି ,ହେଲେ ତା ପାଖ ରୁ କିଛି ସୂଈସାଇଡ ନୋଟ ମିଳି ନଥିଲା | 



Rate this content
Log in

Similar oriya story from Comedy