Chandrakanta Jena

Romance Others

3  

Chandrakanta Jena

Romance Others

ଆକାଶ ଓ ପୂର୍ଣ୍ଣିମା

ଆକାଶ ଓ ପୂର୍ଣ୍ଣିମା

7 mins
192


ତୁମେ ମୋତେ ବାଧ୍ଯ କରନି ତୁମକୁ ଭଲ ପାଇବା ପାଇଁ,ବାଧ୍ଯ ବାଧ୍ଯକତାରେ ପ୍ରେମ ହୁଏନି,ସେଥିପାଇଁ ଦୁଇଟି ହୃଦୟ ମିଶିବା ନିହାତି ଜରୁରି,ଗୋଟିଏ ହୃଦୟ ସହିତ ଆଉ ଗୋଟିଏ ହୃଦୟ ମିଶିବାକୁ ହିଁ ପ୍ରେମ କୁହାଯାଏ, ତୁମ ହୃଦୟ ସହ ମୋ ହୃଦୟ କେବେବି ମିଶିନି, ମୁଁ ତୁମକୁ ଆଜି ପର୍ଯ୍ଯନ୍ତ ଗୋଟିଏ ଭଲ ବନ୍ଧୁ ଭାବେ ଦେଖି ଆସିଛି ପ୍ରେମିକ ଭାବେ ନୁହେଁ, ହଁ ମୁଁ ମାନୁଛି ଆଜି ପର୍ଯ୍ଯନ୍ତ ତୁମେ ମୋ ସୁଖ ଦୁଃଖ, ବିପଦ ଆପଦରେ ଛିଡା ହୋଇଛ,ମୁଁ ବି ତୁମ ସୁଖ ଦୁଃଖରେ ଭାଗ ନେଇଛି , ଆମ ସମ୍ପର୍କ ପୂର୍ବ ଠାରୁ ଆହୁରି ମଜଭୂତ୍ ହୋଇ ପାରିଛି, ତାହା ବୋଲି ତୁମେ କଣ ଏ ସମ୍ପର୍କକୁ ପ୍ରେମ ଭାବିନେବ ? ଆମ ଏ ସମ୍ପର୍କ କେବଳ ଗୋଟିଏ ଉତ୍ତମ ବନ୍ଧୁତ୍ବର, ଏହାକୁ ପ୍ରେମର ଆଖ୍ଯା ଦେବା ଅନୁଚିତ୍, ଗୋଟିଏ ପୁଅ ସହିତ ଗୋଟିଏ ଝିଅର ଭଲ ସମ୍ପର୍କକୁ କେବଳ ପ୍ରେମର ଆଖ୍ଯା ଦିଆ ଯାଇ ପାରେନା, ମୁଁ ତୁମ ସହିତ ଗୋଟିଏ ଭଲ ବନ୍ଧୁର ସମ୍ପର୍କ ସାରା ଜୀବନ ରଖିବାକୁ ଚାହେଁ ତାହା ବ୍ଯତିତ ଆଉ ଅନ୍ଯ କିଛି ନୁହେଁ, ଆଶା କରେ ମୋ କଥା ତୁମେ ଠିକ୍ ବୁଝି ପାରୁଥିବ, ଯଦି ବୁଝିବି ଅବୁଝା ହୁଅ ତେବେ ମୁଁ ନିରୁପାୟ....


           (ଇତି)

       ତୁମର ବନ୍ଧୁ ପୂର୍ଣ୍ଣିମା


ପ୍ରାୟ ଆଠ ବର୍ଷ ତଳର ଚିଠି, ଆଜିବି ଡାଏରୀ ମଲାଟର ଛାତି ତଳେ ସେହିପରି ସାଇତି ହୋଇ ରହିଚି, ଯାହା ଥିଲା ପୂର୍ଣ୍ଣିମା ଶେଷ ଦେଖା ପରର ପ୍ରଥମ ଆଉ ଶେଷ ଚିଠି, ଏବଂ ଆକାଶର ଭଲ ପାଇବା, ସେହି ଭଲ ପାଇବାକୁ ଛାତି ତଳେ ଜାବୁଡି ଧରି ଏକାକି ଅତିକ୍ରାନ୍ତ କରି ଚାଲିଛି ଜୀବନର କଣ୍ଟକିତ ପଥ, ଯାହାକୁ ସାଥି କରି ଆୟୁଷର ଶେଷ ସୀମା ପର୍ଯ୍ଯନ୍ତ ଚାଲିବ ବୋଲି ଭାବିଥିଲା ସେ ତ ଆଜି ପାଖରେ ନାହିଁ, କିନ୍ତୁ ଅତୀତର ସେହି ପୂରୁଣା ଦିନ ଗୁଡିକୁ ଆପଣେଇ ନେଇଛି ନିଜ ଜୀବନର ସାଥି କରି, ବଦଳିଛି ସମୟ, ବଦଳିଛି ଚିନ୍ତାଧାର, କାଲିର ଡାକ ସେବା ଠାରୁ ଆରମ୍ଭ କରି ଆଜିର ମୋବାଇଲ୍ ସେବା ପର୍ଯ୍ଯନ୍ତ,କାଲିର ଗାଁ ଝାଟି ମାଟି ଚାଟଶାଳିଠୁ ଧରି ଆଜିର ଘରେ ବଶି ଅନ୍ ଲାଇନ୍ କ୍ଲାସ୍ ପର୍ଯ୍ଯନ୍ତ, ଏମିତିକି ମା ହାତରନ୍ଧା ଖାଇବାଠୁ ଲୋକମାନେ ଏବେ ସ୍ଯୁଗି, ଜମାଟୋରେ ଉପଲବ୍ଧ ଖାଇବାକୁ ପସନ୍ଦ କଲେଣି, ସବୁକିଛି ବଦଳି ଯାଇଛି, ହେଲେ ସେ ଜମାବି ବଦଳିନି, ପୂର୍ଣ୍ଣିମାକୁ କାଲିବି ଯେତିକି ଭଲ ପାଉଥିଲା ଆଜିବି ସେତିକି ଭଲ ପାଉଛି, ଏବେବି ପୂର୍ଣ୍ଣିମାର ବାଟ ଚାହିଁ ଭଲ ପାଇବାର ଅଜ୍ଞାତବାସ କାଟୁଛି, ଏହା ସତ ଯେ ପ୍ରେମକୁ ଲୁଚାଇ ରଖା ଯାଇପାରେ, ହେଲେ ବଦଳା ଯାଇ ପାରେନା, ଯାହାର ପ୍ରଣାଣ ନିଜେ ଆକାଶ.....

ସେ କହିଥିଲା...ତୁମେ ମୋତେ ଭୂଲିଯାଓ, ମୋ ବାହାଘର ଠିକ୍ ହୋଇ ସାରିଲାଣି,ତୁମେବି ଗୋଟିଏ ଭଲ ଝିଅ ଦେଖି ବିବାହ କରି ନିଅ, ଯିଏକି ତୁମକୁ ବୁଝି ପାରୁଥିବ, ତୁମ ସୁଖ ଦୁଃଖର ସାଥି ହୋଇ ପାରୁଥିବ, ମୋର ସିନା ପରିବାର ଅଛି ବୋଲି ସେମାନେ ମୋ ପାଇଁ ପ୍ରସ୍ଥାବ ଠିକ୍ କରି ଦେଲେ, ହେଲେ ତୁମର ତ ପରିବାର ବୋଲି କେହି ନାହାନ୍ତି, ତୁମକୁ ଏହି କାମ ନିଜେ ହିଁ କରିବାକୁ ପଡିବ, ଯଦି ତୁମେ ମୋ କଥାରେ ସହମତି ହୁଅ ତେବେ ମୁଁ ନିଶ୍ଚୟ ତୁମ ପାଇଁ ଗୋଟିଏ ଭଲ ଝିଅ ଠିକ୍ କରିଦେବି ତୁମ ଜୀବନ ସାଥି ରୂପରେ, ହେଲେ ସେ ବୁଝି ପାରି ନଥିଲା ଯେ ଆକାଶ ତାକୁ ତାର ସବୁକିଛି ମାନି ନେଇଥିଲା ବୋଲି, ଆଖି ତଳ ଟିକେ ଯକେଇ ଆସିଲାଣି...ଗୋଟିଏ ଫୋନ୍ କଲ୍ ହଜି ଯାଇଥିବା ସେହି ପୂରୁଣା ଦିନ ଗୁଡିକୁ ପୁଣି ଫେରାଇ ଆଣିଲାଣି, ସେଥିପାଇଁ ବୋଧେ ଏତେ ଭାବ ବିହୁଳ ହୋଇ ପଡିଛି ଆକାଶ ।


     ଘଣ୍ଟାରେ ଦିନ ବାରଟା ବାଜିଲାଣି ସେ କହିଥିଲା ପାଖ ପାର୍କରେ ଦେଖ କରିବା ପାଇଁ, ଏବେତ ମୋତେ ବାହାରିବାକୁ ପଡିବ, ବିଚାରି ଏତେ ବର୍ଷ ପରେ ପୁରୀରୁ ଭୂବନେଶ୍ବର ଆସୁଛି କେବଳ ତାକୁହିଁ ଦେଖା କରିବା ପାଇଁ, କିଏ ଜାଣେ ତା ମନରେ କ'ଣ ଥିବ ମୋ ପାଇଁ, କେଉଁ ଉଦେଶ୍ଯ ନେଇ ସେ ଆସୁଛି ମୋତେ ଦେଖା କରିବାକୁ ? ଏତେ ବର୍ଷ ପରେ ପୂର୍ଣ୍ଣିମା ସହିତ ସାକ୍ଷାତ ମୋର ଏ ହୃଦୟ ଆଘାତରେ ଉପଷମ ବୋଳୁଛି କି;ଏ ଆଘାତକୁ ଗଭୀର କରୁଛି ତାହାତ ସମୟ କହିବ , ସେ ଯାହାବି ହେଉ ମୋତେ ଏବେ ବାହାରି ବାକୁ ପଡିବ, ପାର୍କର ଗୋଟିଏ କୋଣରେ ବସିଥାଏ ସେ, ପୂର୍ବରୁ ଯେଉଁ ଯାଗାରେ ବହୁ ସମୟ ବିତାଇ ଥିଲୁ ଆମେ, ତା ପାଖକୁ ନଯାଇ ଦୂରରୁ ଛିଡା ହୋଇ କିଛି ସମୟ ମନ ଭରି ଚାହିଁ ରହିଥିଲି, ପୂର୍ଣ୍ଣିମାକୁ ଦେଖି ଦେଲା ପରେ ଏକ ଅଦଦ୍ଭୁତ ଶିହରଣ ରୋମାଞ୍ଚ ଖେଳାଇ ହୋଇ ଯାଏ ମୋ ଦେହରେ, ତା ରୂପ ଜମାବି ବଦଳିନି, କାଲି ଯେମିତି ଦିଶୁଥିଲା ଆଜିବି ଠିକ୍ ସେମିତି ଦେଖା ଯାଉଛି ବୟସର ଛାପ ଏବେବି ପଡିନି ତା ଦେହରେ, ଲାଗୁଛି ସତେକି ଯୌବନର ଜନ୍ମ କୁଣ୍ଡରୁ ଏବେ ଏବେ ଆବିର୍ଭାବ ହୋଇ ଆସିଛି ସେ, ନୟନ ସୁନ୍ଦର ଶ୍ଯାମଳ ମୁହଁରେ ସୂର୍ଯ୍ଯ କିରଣ ପଡି ଚିକ୍ ମିକ୍ କରୁଥାଏ, ଶ୍ଯାମଳ ବର୍ଣ୍ଣର ବୋଲି ବେଳେ ବେଳେ ଗେଲରେ ପୂର୍ଣ୍ଣିମାକୁ ଶ୍ଯାମଳି ଡାକି ଦେଇଥାଏ ମୁଁ, ତା ଚଞ୍ଚଳ ନୟନ ଆଗରେ ଗଛପତ୍ର ସ୍ଥିର ହୋଇ ଗଲା ପରି ଲାଗୁଥାନ୍ତି, ଧିରେ ଧିରେ କମ୍ପି ଉଠୁଥାଏ ମୋ ଶରୀର ପୂର୍ଣ୍ଣିମାକୁ ସମ୍ନାରେ ପାଇ, ଧିରେ ଧିରେ ପାଖକୁ ଯାଇ କ୍ଷୁର୍ଣ୍ଣ ସ୍ବରରେ ଡାକିଥିଲି....ପୂର୍ଣ୍ଣିମା, ବୁଲି ପଡି ଚାହିଁଥିଲା ସେ, ତା ମୁହଁରୁ ବି ବାରି ହୋଇ ପଡୁଥିଲା ଆବେଗର ସେହି ଗ୍ରନ୍ଥି ସବୁ, ନୀଳକଇଁ ପରି କୋମଳ ଚକ୍ଷୁରେ ଯକେଇ ପଡୁଥାବା ମୋତି ପରି ଲୁହ ବିନ୍ଦୁକୁ ଲୁଚେଇ ବି ଲୁଚେଇ ପାରୁ ନଥାଏ, ମିଛି ମିଛିକା ହସର ପରଦାରେ ଦୁଃଖକୁ ଲୁଚେଇ ବାକୁ ଚେଷ୍ଟା କରୁଥିଲା, ମୁହଁରେ ଦରଫୁଟା ହସ ନେଇ ହାତରେ ହାତ ମିଳାଇ କହିଥିଲା ଆରେ ତୁମେ କେତେ ବେଳେ ଆସିଲ, ତୁମକୁ ମୁଁ କେତେବେଳୁ ଅପେକ୍ଷା କଲିଣି, ତୁମକୁତ ଆଉ ଜମା ଚିହ୍ନି ହେଉନି ତୁମେତ ଦିନକୁ ଦିନ young ଲାଗୁଛ, ବୟସ ବଢିବା ବଦଳରେ ତୁମର କମିଲା ପରି ଲାଗୁଛି, କ'ଣ ତୁମର ସେହି ରହସ୍ଯ ମୋତେ ଟିକେ କହିବ ..? ନାଁ ଆକାଶ ବୋଲି...ଲାଗୁଛି ଆକାଶ ଠାରୁ ବୟସ ଚୋରାଇ ଆଣିଛ..., ହସି ଦେଇଥିଲି ମୁଁ, କ'ଣ ବା ଉତ୍ତର ଦେଇଥାନ୍ତି ତା'ର ଏମିତି ପ୍ରଶ୍ନର, ଗୋଟିଏ ଝଙ୍କା ଗଛ ମୂଳ ବେଞ୍ଚରେ ପାଖା ପାଖି ବସିଥିଲୁ ଆମେ, ଖୋଲିଥିଲା ଗପର ପେଡି କେତେ କଥା ପଚାରି ବୁଝିଥିଲା ମୋର, ଖାଇବା ପିଇବାଠୁ ଧରି ଲଗାଇବା ପିନ୍ଧିବା ପର୍ଯ୍ଯନ୍ତ, ଘରଠୁ ଧରି ଅଫିସ୍ ପର୍ଯ୍ଯନ୍ତ , ସବୁ କଥାରେ ଖାଲି ହଁ ଭରୁଥାଏ ମୁଁ, କେମିତି ବା କହିଥାନ୍ତି... ତା ବିନା ମୋ ଜୀବନ ଜଡ ପାଲଟି ଯାଇଛି ବୋଲି, ଆଉ ସବୁଠାରୁ ବଡ କଥା ମୋ ଠାରୁ ତାକୁ ବେଶି ଚିନ୍ତା ମୋ ବାହାଘରକୁ ନେଇ, ସବୁ କଥାର ଶେଷରେ ଗୋଟିଏ ପ୍ରଶ୍ନ ତୁମେ କେବେ ବିବାହ କରିବ ? ମୁଁ ହସି ହସି କହିଥିଲି... ଆଜି ପର୍ଯ୍ଯନ୍ତ ତୁମର ସେ ପିଲାଳିଆମି ଢଙ୍ଗ ଯାଇନି, ତୁମ କଥାରେ ଏବେବି ସେମିତି ଛୋଟ ଛୁଆଙ୍କ ପରି ଚପଳତା ଭରି ରହିଛି ଯେମିତିକି କାଲି ଥିଲା, ତୁମେ କେମିତି ବିଭବ ବାବୁଙ୍କ ସହିତ ସଂସାର ଚଳାଉଛ ତାହା ମୁଁ ବୁଝି ପାରୁନି..? ପିଲାଳିଆମି ଢଙ୍ଗ ଅଛି ବୋଲିତ ବାହାଘର ଠାରୁ ଆଜି ପର୍ଯ୍ଯନ୍ତ ମୋ ସଂସାର ସୁରୁଖୁରୁରେ ଚଳାଇ ଆଣିଲିଣି, ଯଦି ବଡ ହୋଇ ଯାଇଥାନ୍ତି ତେବେ ମୋ ସଂସାରରେ କେବେଠୁ ପୂର୍ଣ୍ଣଛେଦ ପଡି ସାରନ୍ତାଣି, ଯେମିତି ଛୋଟ ଛୁୁଆ ଟିଏ ବାପା ମା ଙ୍କ ମାଡ ଗାଳିକୁ ଭୂଲି କିଛି ସମୟ ପରେ ସେହି ବାପା ମାଙ୍କ ପାଖରେ ଶରଣ ପସିଥାଏ, ସେହିପରି ମୁଁ ଛୋଟ ଛୁଆ ଟିଏ ପରି ସବୁ ଦୁଃଖ କଷ୍ଟକୁ ତୁଚ୍ଚ୍ଥ କରି କିଛି ମୂହୁର୍ତ୍ତ ପରେ ଭୂଲି ଯାଏ, ଏଇ ଆଠ ବର୍ଷ ଭିତରେ କେତେ ଯେ ଦୁଃଖ ମୋ ଉପରେ ଓଜାଡି ହୋଇ ପଡିଛି ତାହାର ହିସାବ ନାହିଁ, ଯଦି ସବୁ ଦୁଃଖକୁ ମନରେ ଧରି ରଖିଥାନ୍ତି ତେବେ ଆଜି ଏ ଜୀବନ ମୋର ନଥାନ୍ତା, ବିବାହ ଅଳତା ପାଦରୁ ଲିଭିବା ଆଗରୁ ମୋ ସବୁ ସୁଖ ସବୁ ସ୍ବପ୍ନ ଲିଭି ଯାଇଥିଲା, ସ୍ବପ୍ନରେ ଯେଉଁ ଛୋଟ ସୁଖି ସଂସାର ଟିଏ ଗଢିବି ବୋଲି ଭାବିଥିଲି, ସେହି ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲା, ପ୍ରତ୍ଯକ ମୂହୁର୍ତ୍ତରେ ବିଭବଙ୍କ କଟୁ ଭାଷା, ରାତି ଅଧରେ ମଦ ପିଇ ଝଗଡା ଆଉ ମାର୍ ପିଟ୍ କରିବା, ଏ ସବୁ ଦେହ ସୁହା ହୋଇ ଗଲାଣି, ଆଉ କିଛିବି ଫରକ୍ ପଡୁନି, ଛୁଆ ଦୁଇଙ୍କ ମୁହଁକୁ ଦେଖି ସବୁ କଷ୍ଟ ପାସୋରି ଦିଏ, ତୁମେ ଏ କ'ଣ କହୁଛ ପୂର୍ଣ୍ଣିମା ତା ମାନେ ତୁମେ କ'ଣ ? ପୂର୍ଣ୍ଣିମା କାନ୍ଦି ପକାଇ କ୍ଷୁର୍ଣ୍ଣ ସ୍ବରରେ କହି ଉଠେ ହଁ ଆକାଶ ମୁଁ ବିଭବଙ୍କ ସହ ଖୁସିରେ ନାହିଁ ଏଇ ପଦିକ କଥା କହୁ କହୁ କଇଁ କଇଁ ହୋଇ କାନ୍ଦି ପକାଏ ପୂର୍ଣ୍ଣିମା ପୂର୍ଣ୍ଣିମା କଥା ପଦକ ବହୁତ କଷ୍ଟ ପହଞ୍ଚାଏ ଆକାଶ ମନକୁ, ପୂର୍ଣ୍ଣିମାଠୁ ଦୂରେଇ ଯେଉଁ କଷ୍ଟ ତାକୁ ହେଇନଥିଲା ଏଇ ପଦିଏ କଥା ତାକୁ ତାଠାରୁ ଅଧିକ କଷ୍ଟ ଦେଇଦେଲା ଗୋଟିଏ ଦିର୍ଘ ନିଶ୍ବାସ ମାରି ନିଜ ମନକୁ ବୁଝାଇ ପକେଟ୍ ରୁ ରୁମାଲ୍ ବାହାର କରି ପୂର୍ଣ୍ଣିମାକୁ ଦେଇ କୁହେ ଏଇ ନିଅ ଆଖିରୁ ଲୁହ ପୋଛିଦିଅ ଆଉ କାନ୍ଦି କିଛିବି ଲାଭ ନାହିଁ ହେଲେ ଏ କଣ ପୂର୍ଣ୍ଣିମା ଯେତେବେଳେ ଆକାଶର ମୁହଁକୁ ଚାହିଁ ଦିଏ ଦେଖେତ ଆକାଶ ଆଖିରୁ ଟପ୍ ଟପ୍ ହୋଇ ଝରି ପାଡୁଥାଏ ଲୁହ ଟୋପା..ପୂର୍ଣ୍ଣିମାର କାନ୍ଦ ସ୍ବରରେ ଆଜି ମିଶି ଯାଉଥାଏ ଆକାଶ କାନ୍ଦର ସ୍ବର, ଏ କିପରି ମୁହୂର୍ତ୍ତ ? ଯେଉଁ ଲୋକ ଲୁହକୁ ଘୃଣା କରେ ସେ ଆଜି କେମିତି କାନ୍ଦି ପାରୁଚି, ପୂର୍ଣ୍ଣିମା ବୁଝି ସାରିଥିଲା ଆକାଶ ଛାତି ତଳର କୋହକୁ, ଏ ଯନ୍ତ୍ରଣା କେବଳ ତାହାର ନଥିଲା, ଆକାଶବି ସେ ଯନ୍ତ୍ରଣାର ନିଆଁରେ କୁହୁଳି ମରୁଥିଲା, ହେଲେ କଣବା ସିଏ ଆଉ କରି ପାରିବ, ବୋଧେ ଭଗବାନଙ୍କର ଇଚ୍ଚ୍ଥା ନଥିଲା ଆମ ଦୁହିଁଙ୍କୁ ସାରା ଜୀବନ ସାଥିରେ ରହିବା ପାଇଁ, କଥାରେ ଅଛି ଗୋଟିଏ ନିସ୍ବର୍ଥ ପ୍ରେମ କେବେ ସଫଳ ହୁଏ ନାହିଁ , କିନ୍ତୁ ସେ ଅନୁଭବ କରି ସାରିଥିଲା, ଏହାହିଁ ହେଉଛି ଗୋଟିଏ ସଫଳ ପ୍ରେମ କାହାଣୀ ,ଆକାଶର ସେହି ରୁମାଲ୍ ରେ ଆକାଶ ଆଖିରୁ ଲୁହ ପୋଛି ଦେଇ ପୂର୍ଣ୍ଣିମା କୁହେ... ତୁମ ଆଖକୁ ଲୁହ ଯମା ମାନୁନି, ପୁରୁଷ ପୁଅ ଆଖିରେ ଲୁହ କଣ ଶୋଭା ପାଏ, ଏଇ ଦେଖ ତୁମକୁ ଡରି ଆଖିର ଲୁହ ସବୁ କେମିତି ଲୁଚି ଯାଉଛନ୍ତି ଭଙ୍ଗା ରୁମାଲ୍ ଭିତରେ, ଆମେ ଏତେ ଦିନ ପରେ ଦେଖା ହୋଇଛେ ଏମିତି ମୁହଁକୁ ମୁହଁ ଦେଇ କ'ଣ କାନ୍ଦିବା ପାଇଁ, ମୁଁ ଝିଅ ଟିଏ ବୋଲି କାନ୍ଦି ପକେଇଲି, ତାହା ବୋଲି କଣ ତୁମେବି ? ଆକାଶ ଉତ୍ତର ଦିଏ, ପୁଅ ବୋଲି ମୋର କଣ କାନ୍ଦିବାର ଅଧିକାର ନାହିଁ? ଏମିତି ଆଉ କେବେବି କାନ୍ଦିବନି ମୋ ରାଣ ତୁମକୁ ରହିଲା, ମୁଁ ସବୁବେଳେ ପାଖରେ ନଥିବି ତୁମର ଏ ଲୁହକୁ ପୋଛିବା ପାଇଁ, କାନ୍ଦିବାରେ ସୁଖ ସେତେବେଳେ ଥାଏ ଯେତେବେଳେ ଲୁହ ପୋଛିବାକୁ ଗୋଟିଏ ଆପଣାର ଲୋକ ପାଖରେ ଥାଏ କଥା ତାର ସରି ନଥିଲା ହେଲେ ମୁଁ କହିଦେଲି ତୁମେ ଯେତେବେଳେ କାନ୍ଦ ସେତେବେଳେ କେଉଁ ଆପଣାର ଲୋକ ତୁମ ଲୁହ ପୋଛେ ? ପୂର୍ଣିମା ଆଖିରୁ ବନ୍ଦ ହୋଇ ଯାଇଥିବା ଲୁହଧାର ପୁଣି ଝରିବା ଆରମ୍ଭ କରିଦିଏ ଏହିପରି ପ୍ରଶ୍ନରେ, ଆଉ ଉତ୍ତରରେ କୁହେ କେହି ଆପଣାର ନାହାନ୍ତି ବୋଲିତ ବାହାଘର ପରଠାରୁ ଆଜି ପର୍ଯ୍ଯନ୍ତ ନିଜ ମନକୁ ପଥର କରି ରଖିଛି, କିନ୍ତୁ ଆଜି ବୋଧେ ସେହି ଆପଣାର ଲୋକକୁ ଦେଖି ଏମାନେ ଏପରି ଅମାନିଆ ହେଉଛନ୍ତି, ସେତିକି ବେଳକୁ ହ୍ଯାଣ୍ଡବ୍ଯାଗ୍ ଭତରୁ ପୂର୍ଣ୍ଣିମାର ଫୋନ୍ ବାଜିଉଠେ, ଫୋନ୍ ବାହାର କରି ଦେଖେତ ସ୍ବାମି ବିଭବଙ୍କ ଫୋନ୍ କଲ ଆରେ ତମେ କେଉଁଠି କଣ କରୁଛି ? ତୁମର responsibility ବୋଲି କିଛି ଅଛିନା ନାହିଁ ? ଦୁଇ ଘଣ୍ଟା କହି ଯାଇଥିଲ ଆସି କେତେ ଘଣ୍ଟା ହେଲାଣି କି ସାଙ୍ଗ ସହିତ କେତେ କଥା ହେଉଛ ଯେ ତୁମ କଥା ସରୁନି ଯଲଦି ଘରେ ଆସି ପହଞ୍ଚ ,, ବହୁତ କିଛି କାମ ଘରେ ବାକି ଅଛି, ଫୋନ୍ କଲ୍ କଟ୍ପୂ ର୍ଣ୍ଣମାକୁ ପଦୁଟିଏ କଥା କହିବାକୁ ସୁଯୋଗ ଦେଇନଥିଲେ ବିଭବ, ନିଜ କଥା ସରିଗଲା କାମ ଶେଷ, ଏମିତିହିଁ ବିଭବଙ୍କ ସ୍ବଭାବ, କେବଳ ନିଜ ହକ୍ ଯାହିର୍ କରିବା ଛଡା ତାଙ୍କୁ ଆଉ କିଛି ଆସେନି , ଏହିଥିରୁ ଜାଣୁଥିବ ଆକାଶ ମୁଁ କେମିତି ଜୀବନ କାଟୁଥିବି ଏବେ ମୋତେ ଫରିବାକୁ ହେବ ଏମିତି କଥା ଅଧା ରଖି ଫେରିଯିବ...? ଜୀବନରେ ସବୁ ପୂର୍ଣ୍ଣ ହୋଇଗଲେ ଜୀଇଁବାରେ କାଳେ ଇଛା କମିଯାଏ, ସେଥିପାଇଁ କିଛି କଥା ଅଧା ରହିଗଲେ ଭଲ, ଯେମିତି ତୁମ ପ୍ରେମ ଆଉ ମୋ ସ୍ବପ୍ନ ଅଧା ରହିଗଲା, ଆଉ ହଁ ଆଜିର ଏଇ କଥା ଅଧା ରହିଲେ ସିନା ତାକୁ ପୂରା କରିବାକୁ ଆଉଥରେ ଆସିବି, ପୂରା ହୋଇଗଲେ ଆଉ କଣ ଭେଟ ହୋଇପାରିବ ? ଆକାଶର ଉତ୍ତରରେ କେବଳ ନିରବତା , ଆଖି ତଳର ଦୁଆର ବନ୍ଧରେ ଲୁହ ଯକ୍ ଯକ୍ କରୁଥାଏ ଦୁହିଁଙ୍କର, ପୂର୍ଣ୍ଣିମାର ଇଚ୍ଚ୍ଥା ହେଉଥାଏ ଆକାଶର ଛାତିରେ ଗୋଟିଏ ମୂହୁର୍ତ୍ତ ଲୋଟିଯିବା ପାଇଁ, ବର୍ଷ ବର୍ଷ ଧରି ଭାଗ ବଣ୍ଟା ହୋଇ ରହିଥିବା ପ୍ରେମକୁ ଏକ କରି ଦିଅନ୍ତା ନିଜ ଛାତିରେ ଜାବୁଡି ଧରି, ହେଲେ ତାହା କ'ଣ ସମ୍ଭବ...?ସେ ତାର ମର୍ଯ୍ଯଦାକୁ ଭୂଲି କେମିତି ବା ଛୁଇଁ ପାରିବ ପର ପୁରୁଷକୁ, ଇହ କାଳ, ପର କାଳର ଦେବତା ଭାବି ଯେଉଁ ମଣିଷ ନାମରେ ମଥାରେ ସିନ୍ଦୁର ପିନ୍ଧିଛି କେମିତିବା କଳଙ୍କିନୀ ହୋଇ ପାରିବ ସେହି ସିନ୍ଦୁର ଆଗରେ, ମନର ଆସକ୍ତିକୁ ନିଜ ସୀମା ଭିତରେ ବାନ୍ଧି ରଖି ଫେରିବା ପାଇଁ ବାଟ କାଡେ , ଆକାଶ ମନରେ ବି ସେହି ଏକା ଭାବନା, ନିଜ ସଂସ୍କାରକୁ ଭୂଲି ଗୋଟିଏ ନାରୀର ନାରୀତ୍ବକୁ ସେ କେମିତିବା ନଷ୍ଟ କରିବାକୁ ଚାହିଁବ, ଏବେ ବିଦାୟ ବେଳ, ଏହି ଅଧା କଥାକୁ ପୂରା କରିବାକୁ ହେଲେ ପୂର୍ଣ୍ଣିମାକୁ ଆଜି ଫେରିବାକୁ ହେବ ତା ଦୂନିଆଁକୁ ।



Rate this content
Log in

Similar oriya story from Romance