ଆଧୁନିକତା
ଆଧୁନିକତା


ମନୋରମା ବିଭାହେଲାପରେ ବି ନିଜକୁ ସଂଯତ ରଖି ଚଳିବା ଚାହୁଁନାହିଁ।ସେଥିପାଇଁ ସ୍ୱାମୀ ଅନୁରାଗ ଅଶାନ୍ତି। ଅନୁରାଗ ଜଣେ ଡାକ୍ତର।ସମାଜରେ ତାଙ୍କର ସମ୍ମାନ ଅଛି।କେତେଥର ଅନୁରାଧାର ସ୍ୱଚ୍ଛତା ଉପରେ ଅନୁରାଗ ଆକ୍ଷେପ କରିଛନ୍ତି।ହେଲେ ଫଳ ହେଲା ଓଲଟା। ଅନୁରାଧା ନିଜକୁ ସଫେଇଦେଇ ଆକ୍ରମଣ କରନ୍ତି ଅନୁରାଗ ଉପରେ।ଓଲଟି କୁହନ୍ତି, ତୁମେ ଦିନରାତି ରୋଗୀଦେଖି ମତେବି ରୋଗୀ ଦୃଷ୍ଟିରେ ଦେଖୁଛ।ମୋ ସ୍ୱାଧୀନତା ଉପରେ ହସ୍ତକ୍ଷେପ କରିବାଟା ତୁମର ଏକଚାଟିଆ ବ୍ୟବହାର।ଅନୁରାଗ ପ୍ରଥମ ପ୍ରଥମ ବିରକ୍ତ ହେଉଥିଲେ।ବିବାହିତ ଜୀବନରେ ସ୍ୱାମୀ ଓ ପତ୍ନୀ କଂ ଭିତରେ ବୁଝାବଣା ନରହିଲେ ପରିବାରରେ ଝଡ଼ ସୃଷ୍ଟି ହୁଏ। ଏହିଝଡ଼ ବିବାହ ବିଛେଦର ରୂପନିଏ।କିନ୍ତୁ ଅନୁରାଗ ନିଜର ସହନଶୀଳତା ଓ ଦୁରର୍ଦର୍ଷି ଗୁଣ ଯୋଗୁଁ ପରିସ୍ଥିତିକୁ ଆୟତ କରିବାକୁ ସମୟକୁ ଅପେକ୍ଷା କଲେ।ନିଜର କର୍ମ ରୋଗୀସେବା ଧର୍ମକୁ ନିଷ୍ଠାପର ଭାବରେ ପାଳନ କରି ଅନୁରାଧାର ଓୟୁଦ୍ଧତାମି କୁ ଅଣଦେଖା କଲେ।ଇତ୍ୟାବସରରେ ଅନୁରାଗ ଙ୍କର ବଦଳି ହେଲା ସୁଦୂର ବୌଦ୍ଧ ଜିଲ୍ଲାର ବଲାଂଗୀ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ। ଅନୁରାଗ ଜାଏଂନକରି ସେଠାରେ ରହିଲେ।ଅନୁରାଧ୍ଯା କିନ୍ତୁ ଭୁବନେଶ୍ୱର ଛାଡି ଗଲେନାହିଁ। ପୈତୃକ କୋଠାରେ ରହୁଥିଲେ। ପିତାମାତାଙ୍କ ଗୋଟିଏ ଝିଅ ହେତୁ ଝିଅନାମରେ ନାମ କରିଦେଇଥିଲେ କୋଠାଟିକୁ। ଅନୁରାଧା କଂ ପିତା ଓ ମାତା ସେପାରିକୁ ଗଲେଣି। ଦୁଇମହଲା ବିଶିଷ୍ଟ ।ଉପରେ ଅନୁରାଧା ରୁହନ୍ତି। ତଳ ଘରକୁ ଭଡା ଦେଇଛନ୍ତି ଜଣେ ବ୍ୟାଙ୍କ ଅଫିସର କୁଂ। ବ୍ୟାଙ୍କ ଅଫିସର ଏକଲା ରୁହନ୍ତି। ତାଙ୍କ ପିଲା ଓ ପତ୍ନୀ ରାଉରକେଲାରେ। ପତ୍ନୀ ପ୍ଲାଣ୍ଟ ହାଇସ୍କୁଲର ଶିକ୍ଷୟତ୍ରୀ। କେବେ ଭୁବନେଶ୍ୱର ଆସିବାକୁ ଚାହାନ୍ତିନି।ଏହି ସୁଯୋଗ ଦେଖି ଅନୁରାଧା ନିଜ ସଯ୍ୟକୁ ଆମତ୍ରଣ କରନ୍ତି ବ୍ୟାଙ୍କ କର୍ମଚାରୀ ବିରଜା ବାବୁଙ୍କୁ। ବିରଜା ବାବୁ ଏହି ମୌକାରେ ଶାରୀରିକ ପ୍ରସ୍ତୁତ ରୁହନ୍ତି। ଅନୁରାଧା ଜାଣିଶୁଣି ନିଜ ଭୋକ ମେଣ୍ଟିବାକୁ ପ୍ରସୟ ଦିଅନ୍ତି। ବିରଜା ବଳିଷ୍ଟ ଓ ବେଶ ଖେଳୁଆଳ।ତ
େଣୁ ହାତକୁ ଆସୁଥିବା ସୁଯୋଗ କୁ ହାତଛଡା କରିବାକୁ ଦିଅନ୍ତି ନାହିଁ।
ଅନୁରାଧା ମଧ୍ୟ ବୁଝିଥିଲେ ,ଯୌବନ କୁ ଉପଭୋଗ କରିବା ପାପ ନୁହେଁ। କେବଳ ଜଣେ ପୁରୁଷକୁ ଶରୀରକୁ ଦେଇ ଚିର ଦିନ ଚାହିଁ ରହିବା ପୁରୁଣା ପନ୍ଥୀ ର ପ୍ରଥା।ଅନୁରାଧା ଖୁବ ଚାଳକ ରେ ସବୁ ସମ୍ବ।ଳୁଥିଲେ ବିରଜା ସହିତ କେବଳ ଦହିକ ସମ୍ପର୍କ ଛଡା ଅନ୍ୟ ସବୁଥିରେ ଦୁରେଇ ରହୁଥିଲେ। ସାମାଜିକ ଦୃଷ୍ଟି କୁ ଆଖିଆଗରେ ରଖି ଚଳୁଥିଲେ। ବିରଜା ମଧ୍ୟ ସତର୍କ ରହି ବାହାରକୁ ନିଜକୁ ଚରିତ୍ର ବାନ ର ଅଭିନୟ କରୁଥିଲେ। ଦିନେ ବିରଜା ଦେଖିଲେ ଜଣେ ଅଜଣା ଯୁବକ ଅନୁରାଧା କଂ ଉପର ମହଲା କୋଠରୀରୁ ବାହାରି ଯାଉଛନ୍ତି। ଯୁବକ ଜଣକ ପଚିଶ ଭିତରେ। ବିରଜାକୁ ବୁଝିବାକୁ ଡେରି ହେଲାନି। କାରଣ ବିରଜା ଜାଣିଥିଲେ ଯେ ମ୍ୟାଦାମ ଙ୍କର ଚାଖିବା ଅଭ୍ୟାସ। ତେଣୁ ନିରବ ରହିଲେ।ଅନୁରାଧା ସହରର କଲ ସେଣ୍ଟର ରୁ ଜିଗଲୋ ବୁକିଂ କରି ଉପଭୋଗ କରନ୍ତି । ବିରଜା ଏବେ ଅନୁରାଧା କଂ ଇଙ୍ଗିତକୁ ଆଡେଇ ଆଳଦେଖି ରୁହନ୍ତି। ମନେମନେ ବିଚାର କଲେ ଅନୁରାଧା କହିବା ପୂର୍ବରୁ ଘର ଛାଡ଼ିଦେବେ।ଛାଡି ଅନ୍ୟତ୍ର ରହିଲେ ବି।ଅନୁରାଧାକୁ କେବେ ଫରକ ପଡେନି। କେବଳ ଉପଭୋଗ କରିବା ତାଙ୍କର ଉଦେଶ୍ୟ। ସମ୍ପର୍କ ବା ବନ୍ଧୁତ୍ୱ ତାଙ୍କପାଇଁ ମୂଲ୍ୟହୀନ। ଦିନେ ସହର ର ପ୍ରସିଦ୍ଧ ପାର୍କ ଯାଇ ନିରୋଳରେ ଏକୁଟିଆ ବସି ନିଜ ଜୀବନର ଗତି କୁ ମନରେ ଆଣିଲେ। କାରଣ ହେଲା ବିବାହିତା ରମଣୀ ମାନେ ତାଙ୍କ ପତ୍ନୀ ଓ ପିଲାଙ୍କ ସହ ଆନନ୍ଦରେ ବୁଲୁଥିବାର ଦୃଶ୍ୟ ମନକୁ ଆନ୍ଦୋଳିତ କଲା। ଏତିକି ବେଳେ ନିଜ ସାଙ୍ଗ ଉର୍ବଶୀ ଓ ତାର ସ୍ୱାମୀ କଂ ସହିତ ପାର୍କ ରେ ଦେଖାହେଲା। ଅନୁରାଧା ଅଳ୍ପ ସମୟ ଆଳାପ କରି ସେଠାରୁ ପଳେଇଆସିଲେ। ସ୍ୱାମୀ ଅନୁରାଗ ପାଖୁ ଫୋନ କଲେ। କହିଲେ ତୁମ ପାଖୁ ମୁଁ କାଲି ଯାଉଛି। ଦେହ କୁ ଦୃଷ୍ଟି ଦେଉଥିବ। ଅନୁରାଗ ଆଶା କରିଥିଲେ, ସେଦିନେ ଅନୁରାଧା ତାର ଭୂଲ ବୁଝିବ।ସେ ତାର ଅନ୍ଧ ମୁହାଣୀରୁ ଫେରିଆସିବ। ଏବେ ଅନୁରାଧା ନିଜ ଜୀବନର ଅର୍ଥ ବୁଝି ଦାମ୍ପତ୍ୟ ସୁଖରେ ମଗ୍ନ