ଯୁବମୃତ୍ୟୁ
ଯୁବମୃତ୍ୟୁ
ଆଜି ସେ ଜୀବନ ସଂଗ୍ରାମରେ ହାରିଯାଇଛି,
ନିଜ ଅତ୍ମୀୟଙ୍କୁ ଦୁଃଖ ସାଗରେ ଭସେଇ,
ନିଜ ପୁଅ ସ୍ତ୍ରୀ ବାପା ମାଙ୍କୁ ଏକା କରି,
ଚୁପ ଚାପ ଚାଲିଯାଇଛି ସେ ଆରପାରି ।
ବାପା ମା ଭାଇ ବନ୍ଧୁ ସମସ୍ତେ ଝୁରନ୍ତି,
ସ୍ତ୍ରୀ ଆଖି ଲୁହ ଗଦ ଗଦ ବହୁଛି,
ପନ୍ଦର ବରଷ ପୁଅ ତୁନି ହେଇ କାନ୍ଦୁଛି,
ହେ ବିଧାତା ଏ କି ତୋର ବିଧି ।
ଦେଇଥାନ୍ତୁ ଟିକେ ତାକୁ ମୃତ୍ୟୁଞ୍ଜୟ ଆଣିକି,
ଆଉ କିଛି ଦିନ ବଂଚିଥାଆନ୍ତା ଯାଇକି,
ପୁଅ ବଡ଼ ହେବାକୁ ଅନେକ ଦିନ ଅଛି,
ତୋ ବିଧାନରେ ଏମିତି ହେଲା କେମିତି ।
ଯିଏ ସଧବା ଥିଲା ବିଧବା ହେଲା ସେହି,
ତା ଲୁହଧାର ବନ୍ଦ କରିବାକୁ ନାହିଁ କେହି,
ବାପ ବୋଉ କେତେ ମନେ ପକୋଉଛନ୍ତି,
ପୁଅ ଭାଇ କାନ୍ଦି କାନ୍ଦି ଝୁରୁଛନ୍ତି ଅସରନ୍ତି ।
ଆ ଥରେ ଆ ଆରପାରିରୁ ତୁ ବାହୁଡ଼ି,
ଫେରିଯିବୁ ପୁଣି ତୋ ଅଧା କାମ ସାରି,
ବୃଦ୍ଧ ନୁହଁ ହେଲା ତୋ ଯୁବମୃତ୍ୟୁ ପୁଣି,
ଫେରିଆ ଥରେ ତୋ ଅତ୍ମୀୟଙ୍କ କଥା ଶୁଣି ।