STORYMIRROR

Sushantkumar Pradhan

Tragedy Others

4  

Sushantkumar Pradhan

Tragedy Others

ଯଶୋଦା ଶୋକ

ଯଶୋଦା ଶୋକ

1 min
204

କାନ୍ଦି କହେ ଗୋପ ନନ୍ଦ ଯଶୋଦା ସୁନ୍ଦରୀ

ଆପଣାର କଲୁ କିବା ମଥୁରା ନଗରୀ 

ଝୁରି ଝୁରି ଯାଏ ମରି 

ନିଷ୍ଠୁର କିପାଇଁ ହେଉ ରେ କଳା କହ୍ନେଇ ।।


ଫେରିବା ବାଟକୁ ଚାହିଁ ରହିଛି ଅନେଇ 

ଶୂନ୍ୟ ଲାଗେ ଗୋପପୁର କିଛି ରୁଚୁ ନାହିଁ 

ମାୟା ରଚିଲୁ କି ତୁହି 

ଗୋପପୁର ନରନାରୀ ହେଉଛନ୍ତି ଝୁରି ।।


ଶୁଭୁନାହିଁ ଆଉ ଗୋପେ ଗୋପାଗଂନା ହୁରି 

ରାଜଥାଟେ ଆସି କେହି କରୁନି ଗୁହାରୀ 

ଅବା କେଉଁ ଦୋଷ ପାଇଁ 

ଭୁଲିଗଲୁ ସାଂଗସାଥୀ ସବୁଦିନ ପାଇଁ ।।


ଝୁରୁଛି ଯମୁନା ଏଠି ଝୁରୁଛି କଦମ୍ବ 

ଝୁରେ ଏଠି କୁଞ୍ଜବନ ନାହିଁ ବଂଶୀସ୍ୱନ 

ଝୁରେ ମାନମୟୀ ରାଇ 

ବିରହ ନିଆଁରେ ପଡି ମରେ ଝୁରି ଝୁରି ।।


ତୋ ବିନା ବଞ୍ଚିବା ଏଠି ସହଜ ନୁହଁଇ 

ଫେରିବା ବାଟକୁ ତୋର ରହିଛି ଅନେଇ 

ଆରେ ଶ୍ୟାମଳ କହ୍ନେଇ 

ଜହ୍ନ ବିନା କେବେ ଏଠି ରହିପାରେ କଇଁ ।।


ଆକୁଳେ ଖୋଜୁଛି ଫେରିଆସ ଭାବଗ୍ରାହୀ

ଅସଜଡା ପ୍ରାଣ କାନ୍ଦେ ବାହୁନି ବାହୁନି 

ଆରେ ଗଣ୍ଠିଧନ ମୋର 

ତୋ ବିନା ଏ ପ୍ରାଣ ମୋର ହୋଇବ ଅସାର ।।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy