STORYMIRROR

Banasmita Panda

Romance

3  

Banasmita Panda

Romance

ଯୋଡିଏ ଆଖି

ଯୋଡିଏ ଆଖି

1 min
225


ହଁ ଅଭିମାନର ଗାର 

ଯୋଡିଏ ଆଖିରେ 

ଭାରି ନିଆରା 

ସବୁ ଭାବର ଏହା ଅପୂର୍ବ ମିଳନ 

ହୃଦୟରୁ ହୃଦୟର 

ଅପୂର୍ବ ସମାଗମ 


ମନେ ମନେ ପ୍ରେମର ଆହ୍ୱାନ 

କିନ୍ତୁ ରୋଷପୂର୍ଣ ଭାବ

କେବେ ମିଠା, କେବେ ଖଟା 

ଜୀବନଟା ସତରେ 

କେତେ ନିରୁଦ୍ଦିଷ୍ଟ 


ହୃଦୟଟା କାହିଁ ବିଚଳିତ

ଉପସ୍ଥିତରେ, ଅନୁପସ୍ଥିତରେ 

ତଥାପି ମନ ଖୋଜେ 

ଏକାନ୍ତରେ 


କୁନି ପରୀ କରିଛି ଅଭିମାନ 

ମାଆର ରିବନ ଵାଲା ବେଣୀରେ 

ବାପାଙ୍କ କାଠି ଲଗା ଚକଲେଟରେ 

ଟିକି ହସଟି ସେଇ ଅଭିମାନର 

ବାପାଙ୍କ ଘୋଡା ବନିବାରେ 

ମାାର ପଣତ କାନିରେ 


ଅଭିମାନ ସେଇ 

ସୂତା ଖିଅରେ  

ରାକ୍ଷୀରେ ଦୂରେ ଥାଇ

ମଧ୍ୟ କରେ ଅପେକ୍ଷା 

ପ୍ରତିବର୍ଷ ସେଇ ଲଫାପାର 

ସେ ଭାଇ ମଧ୍ୟ୍ୟ ହସିଦିଏ 

ଦେଖି ଦୁଃଖରେ 

ବର୍ଷ ବର୍ଷରୁ ହାତରେ ପଡିଥବା 

ମଇଳା ସୂତା ଖଣ୍ଡିକରେ 


ଅଭିମାନରେ ଭରା 

ସେ ପ୍ରେମ ଭରା ଚିଠି ଖଣ୍ଡ 

ବର୍ଷ, ମାସ, ଋତୁ ଆସେ ଯାଏ 

ସେ ତା ଅପେକ୍ଷାରେ 

ଦୂରେ ପାହାଡ଼, ମରୁଭୂମିରେ 

ହସିଦିଏ ଚିଠି ଉପର 

ପ୍ରିୟାର ମଥାର

ସିନ୍ଦୂର ଟୋପାର ଚିହ୍ନରେ


ଅଭିମାନ ଵୃଦ୍ଧ ବେଳାର 

ମନ କରେ ପୁଣି ବାଳୁତ ପଣର 

ଶରୀର କୁହେ

ଦୂରେ ବସି ମୋତେ ଦେଖ 

ସେ ବି ଭରିଦିଏ କୁନି କୁନି ହସ

ତାର କୁନି କୁନି ଚଲାପଥରେ 


ସତରେ କେଡେ ଅବୁଝା 

ଏ ଅଭିମାନିନୀ, ଅଭିମାନ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance