ଯମୁନା ପୁଲିନେ ବଂଶୀ
ଯମୁନା ପୁଲିନେ ବଂଶୀ
ବଂଇଶୀର ସ୍ୱର ଉତ୍ତାଳ କରିଲା
ଛାଡିଦେଇ ଘରଦ୍ୱାର
ଧାଇଁ ଧାଇଁ ଗଲି ତୁମପାଶେ ପ୍ରିୟ
ଦେଖିଲି ଯମୁନା କୂଳ I
ଏ କି କର ସଖା ଲଳିତା ବିଶାଖା
ସହିତ ରଚୁଛ କେଳି
ଈର୍ଷାରେ ମୋ ହୃଦ ଫାଟି ପଡୁଅଛି
ଦେଖୁନ କି ବନମାଳି I
କେତେ ଭାଗ କରି ନିଜକୁ ବାଣ୍ଟିଛ
ବୁଝି ବି ମୁଁ ବୁଝି ନାହିଁ
ଏତିକି ବୁଝିଛି ଯଶୋଦା ନନ୍ଦନ
ତୁମେ ମୋ କଳା କହ୍ନେଇ I
ଏଡିକି ହଟିଆ ହେ ନଟ ନାଗର
କି କୂଟ କରୁଛ ବସି
ରାଗରେ ଚାହିଁଲି, ଦେଖିଲି ଏକାକୀ
ମୋ ଆଡେ ଚାହୁଁଛ ହସି I
ତୁମେ ମୋରପ୍ରାଣ ତୁମେ ମୋ ଜୀବନ
ମୁଁ ତୁମର ରାଧା ମାଇଁ
ତୁମରି ବଂଇଶୀ ସବୁଦିନ ପାଇଁ
ଡାକୁଥାଉ ରାଈ ରାଈ I
