ଯମ ଯନ୍ତ୍ରଣା
ଯମ ଯନ୍ତ୍ରଣା
କବିତା - ଯମ ଯନ୍ତ୍ରଣା
ରଚନା - ପଞ୍ଚାନନ ଜେନା
ତାରିଖ - ୧୮-୦୧-୨୦୨୬
++++!++++++++++++
ବୟସର ଅପରାହ୍ନେ ପାଦ
ତଥାପି ଅବୁଝା ଅନ୍ଧାର
ସମୟର ଘୋର ଅବସାଦ
ତଥାପି ବୁଝି ପାରୁନାହିଁ ବିବଶ ସଂସାର
ତୁମ ଯିବାର କାରଣ ଖୋଜୁ ଖୋଜୁ ନୟାନ୍ତ
ଯେତେ ବି ଭାବିଲେ
ଯେତେ ବି ଖୋଜିଲେ
କେବଳ ଦୁଇଟି ବିନ୍ଦୁରେ କେନ୍ଦ୍ରିତ
ପାପ ନା ପଶ୍ଚାତାପ
ପ୍ରେମ ନା ପ୍ରତାରଣାର ସଂଳାପ
ଅତୀତର ପ୍ରେମଗଳ୍ପରେ ମୁଁ ଭୂଲିଯାଏ
ଗତସ୍ୟ ଆବିଳ ପଙ୍କିଳ ଅବଶେଷ
ସେହି ଅନ୍ତରଙ୍ଗ ମୁହୂର୍ତ୍ତର ସାକ୍ଷୀରେ
ପୁଣି ବୁଡିଯାଏ ବିସ୍ଵାସର ବଳୟ ସବିଶେଷ
ମାତ୍ର ସ୍ବପ୍ନ ପୂରଣ ହେଉ ହେଉ
ସଂଜ ନଇଁଗଲେ ଶଙ୍ଖ ଶୁଭିଗଲେ
ସବୁ ସଫା ସଫା ଏକାକିତ୍ବ ଗୋଡ଼ାଏ
ପୁଣି କ୍ରନ୍ଦନ ବଳୟ ଭିତରେ
ମୁଁହ ଗୁଞ୍ଜି
ବିରହ ହଳାହଳ
ଢୁକ ପରେ ଢ଼ୁକ ପିଇ ଚାଲିଥାଏ
ହାଏ ରେ ଜୀବନ !
କାହିଁକି ହୁଏ ଏ ବିଛେଦ ?
କାହିଁକି ନୀଳ ନୟନା ସଜାଏ ନୀଳକଣ୍ଠ ?
କାହିଁକି ନୀଳାମ୍ବୁ ଅମ୍ବୁଜ ପିଇ ପିଇ ଆକଣ୍ଠ
କହଦହ ହୋଇ ଯମ ଯନ୍ତ୍ରଣା ଭୋଗେ ପ୍ରମାଦ ?
