STORYMIRROR

Bharatabandhu Biswal

Romance Fantasy Inspirational

4  

Bharatabandhu Biswal

Romance Fantasy Inspirational

ଯିବ ନାହିଁ ଭୁଲି

ଯିବ ନାହିଁ ଭୁଲି

1 min
6


ବଗିଚାର ମାଳୀ ଯତନେ ଫୁଟାଏ

ସୁନ୍ଦର ରଙ୍ଗ ଗୋଲାପ

ତୁମ ଠାରୁ ଦୂରେ ନପାଇ ଆଦର

ହୃଦୟ କରେ ବିଳାପ ।

ଚନ୍ଦ୍ରମାକୁ ଚାହିଁ ହସେ ଫୁଲ କଇଁ

ସୂର୍ଯ୍ଯଙ୍କୁ ଖୋଜେ ପଦ୍ମିନୀ

ଲାଗେ ଶୂନ୍ଯ ଶୂନ୍ଯ ସାଥୀ ତୁମ ବିନା

ମନ ମୋ ଖୁସି ଲାଗେନି ।

ଭାବୁଥିବ ମନେ ରହି ମୁଁ ଏକାକୀ

ଏଠାରେ ଭଲ ମୁଁ ଅଛି

ନିତି ଉଠୁଅଛି ଉଇଁଲେ ସୂରୁଜ

ଚାହୁଁଛି ଯାହା କରୁଛି ।

ମଣିବନି ଜମା ଏକଲା ଜୀବନ

ଲାଗଇ ମୁକ୍ତ ସ୍ବଚ୍ଛନ୍ଦ 

ପ୍ରବାସେ ପାଖରେ ନଥାନ୍ତି ନିଜର

କେହି ପ୍ରିୟ ପରିଜନ ।

ବ୍ୟସ୍ତତା ଭିତରେ ଯିବନାହିଁ ଭୁଲି

ପାଇବ ଯେବେ ସମୟ

ବାର୍ତ୍ତାଳାପ କରି ବୁଝୁଥିବ ଟିକେ

ମନ ହେବ ଧୀର ଥୟ ।

ହେଉ ପଛେ ଯେତେ ବିଳମ୍ବିତ ରାତ୍ରୀ

ପ୍ରତୀକ୍ଷା ମୁଁ କରିଥିବି

ଶୁଣିଲେ ତୁମକୁ ଦୁଇ ପଦ କଥା

 ଆଖିପତା ମୁଁ ମୁଦିବି ।।

   


Rate this content
Log in

Similar oriya poem from Romance