STORYMIRROR

Prafulla Chandra Mishra

Fantasy

4  

Prafulla Chandra Mishra

Fantasy

ଯହିଁ ରାଧା ତହିଁ କୃଷ୍ଣ

ଯହିଁ ରାଧା ତହିଁ କୃଷ୍ଣ

1 min
28


ମୋ ହୃଦୟ କଳାପଟାରେ କହ୍ନେଇ ର ଚିତ୍ର

ଆଙ୍କି ଦେଇଅଛି ସାତ ରଙ୍ଗରେ ଚିତ୍ରିତ, ଆହାକି ବିଚିତ୍ର ।।


ଯହିଁ ରାଧା ତହିଁ କୃଷ୍ଣ ରାଧିକା ଚରିତ୍ର

ମୋଦେ କହ୍ନେୟାର ପ୍ରେମ କରିଛି ମୋହିତ

ମୁଁ ତାର ଦାସାନୁଦାସ ସେ ମୋ ପ୍ରାଣ କାନ୍ତ

ଉତ୍ସର୍ଗୀ ଦେଇଛି ମନ ତା ପାଇଁ ନିରତ

ମୋ ହୃଦୟ କଳାପଟାରେ କହ୍ନେଇ ର ଚିତ୍ର ।।


ଚନ୍ଦ୍ରସେଣା ଘରେ ସିନା ମନ ମୋ କୁଞ୍ଜରେ

କୁଞ୍ଜ କୁଟୀରର ମୋହ ମନେ ଉଙ୍କି ମାରେ

କଣ୍ଟ ଦେଇ କରିଛନ୍ତି ଆସିବେ ଶପଥ

ସଜାଇ ରଖିଛି ଶେଜ ଆସିବେ ନିଶ୍ଚିତ

ମୋ ହୃଦୟ କଳାପଟାରେ କହ୍ନେଇ ର ଚିତ୍ର ।।


ଏଘୋର ନିଦାଘେ କାହ୍ନା ନାବ କେଳି କରେ

ଯମୁନା ଜଳ ତରଙ୍ଗେ ଗୋପଗୋଇ ମେଳେ

କୋଟିକାମ ଜିଣା ରୂପ କରେ ବିହ୍ଵଳିତ 

ଭୁଲିଯାଏ ରାଧାରାଣୀ ଆପଣା ମହତ

ମୋ ହୃଦୟ କଳାପଟାରେ କହ୍ନେଇ ର ଚିତ୍ର ।।


ତେମନ୍ତେ ମୋମନ ରାଧାରାଣୀ କୃଷ୍ଣପ୍ରୀୟା

ମୋସ୍ଵାମୀ ମୋ ହୃଦ ସିଂହାସନର କହ୍ନେୟାଁ

ସମର୍ପଣ କଲି ତୁମ ପଦେ ଏହି ଗୀତ

ପ୍ରଫୁଲ୍ଲ ହୃଦ ବଲ୍ଲଭ ପ୍ରାଣର ସଙ୍ଗାତ

ମୋ ହୃଦୟ କଳାପଟାରେ କହ୍ନେଇ ର ଚିତ୍ର ।।


Rate this content
Log in

Similar oriya poem from Fantasy