ଯେଉଁ ଦିନ ପ୍ରଭୁ
ଯେଉଁ ଦିନ ପ୍ରଭୁ
ଯେଉଁ ଦିନ ପ୍ରଭୁ ଜନମ ଲଭିଲି
ଆରମ୍ଭିଲି ମୋର ଯାତ୍ରା
ବାଳୁତ ବିତିଲା କୈଶୋର ବି ଗଲା
ଯୌବନେ ହେଲି ଅଧିଷ୍ଠା।
ଯଉବନ ଅନ୍ତେ ବାର୍ଦ୍ଧକ୍ୟ ଆସିଲା
ପଛ କଥା ଭାବି ହେଲି
ଜୀବନ ଯାତ୍ରାରେ ଭଲ ମନ୍ଦ ଚିନ୍ତି
କେତେ ଯେ ଦୋହଲି ଗଲି।
ନିଜକୁ ସଜାଡି ପାରି ନାହିଁ ବୋଲି
କେଡେ ଅନୂତପ୍ତ ହୁଏ
ଆର ଜନମରେ ମଣିଷ ଜନମ
ମିଳିବ କି ଭାବି ଥାଏ।
ସେକଥା ଅଜଣା ତୁମେ ଜାଣ ସିନା
ହେ ପ୍ରଭୁ ଚକା ନୟନ
ଅନୁତାପେ ମୋର ଲୋତକ ଝରଇ
ଆଶ୍ରିତ ତୁମ ଚରଣ।
ଯାହା ଯାହା ଦୋଷ କରିଛି ମୁଁ ନାଥ
କରିଦେବ ନିଶ୍ଚେ କ୍ଷମା
କରୁଣା ସାଗର ତୁମ କରୁଣାରୁ
ନ କରିବ ଟିକେ ଊଣା।
