STORYMIRROR

Parameswar Ojha

Romance

3  

Parameswar Ojha

Romance

ଯେବେ ତୁମେ ମୋ ଜୀବନେ ଆସିଲ

ଯେବେ ତୁମେ ମୋ ଜୀବନେ ଆସିଲ

1 min
285


କେବଳ ପ୍ରେମ ରେ ହିଁ ସବୁ ସୁଖ ଧରାଦିଏ

ତାହା ଭୁଲ୍ ବୋଲି 

ଜାଣିଲି

ଯେବେ ତୁମେ ମୋ ଜୀବନେ ଆସିଲ


ବନ୍ଧୁତା ର ସାନ୍ନିଧ୍ୟ ବି ପ୍ରେମମୟ ହୋଇପାରେ 

ଟିକେ ଡେରିରେ

 ଜାଣିଲି 

ଯେବେ ତୁମେ ମୋ ଜୀବନେ ଆସିଲ


ଓଠ ସ୍ପର୍ଶ ନୁହେଁ ଓଠ ହସ ହିଁ ଯଥେଷ୍ଟ 

ଲୋଭନୀୟ ହୁଏ 

ଜାଣିଲି

ଯେବେ ତୁମେ ମୋ ଜୀବନେ ଆସିଲ


ଦେହ ଛୁଆଁ ନୁହେଁ ଆଖି ଲୁହରେ ବି 

ମନ ତୃପ୍ତ ହୁଏ 

ଜାଣିଲି 

ଯେବେ ତୁମେ ମୋ ଜୀବନେ ଆସିଲ


ବାସ୍ତବ ବି ସୁନେଲି ସ୍ବପ୍ନ ପରି 

ରଙ୍ଗୀନ ହୁଏ 

ଜାଣିଲି

ଯେବେ ତୁମେ ମୋ ଜୀବନେ ଆସିଲ


 ବିନା ଚାନ୍ଦିନୀ ରେ ତାରା ମେଳେ ବି 

ମନାକାଶ ଆଲୋକରେ ଭରେ 

ଜାଣିଲି

 ଯେବେ ତୁମେ ମୋ ଜୀବନେ ଆସିଲ


ଲୁହ ଛଳଛଳ ଆଖିବି ଓଠରେ ହସ ଆଣିପାରେ

ଜାଣିଲି 

ଯେବେ ତୁମେ ମୋ ଜୀବନେ ଆସିଲ


କାଲି ନୁହେଁ ଆଜିବି କିଛି କରିହେବ

ଆଗକୁ ପାଦ ବଢାହେବ 

ଜାଣିଲି

ଯେବେ ତୁମେ ମୋ ଜୀବନେ ଆସିଲ


ବହୁତ କିଛି ନୁହେଁ ଅଳ୍ପରେ ସନ୍ତୁଷ୍ଟି ମିଳିପାରେ

 ଜାଣିଲି

ଯେବେ ତୁମେ ମୋ ଜୀବନେ ଆସିଲ


ପଡି ରହିଥିଲି ପଥର ଟେ ହୋଇ

ଧିରେ ପଥର ରୁ ମୁକ୍ତା 

ସାଜିଲି

ଯେବେ ତୁମେ ମୋ ଜୀବନେ ଆସିଲ



Rate this content
Log in

Similar oriya poem from Romance