ଯେବେ ବି ଆସ
ଯେବେ ବି ଆସ
ତୁମେ ଯେବେ ବି ଆସ ,
ଅନୁଭବ ହୁଏ,ସବୁ ଖୁସି ହାତ ପାଆନ୍ତା ରେ
ସତେ ଯେପରି ଖୁସି ଘେରି ଗଲା ଚାରି ପାରୁଶ ରେ
ଯେବେ ତୁମେ ଛୁଇଁ ଦିଅ,
ମନେ ହୁଏ,ଶାନ୍ତିର ବାତାବରଣ ଦୃଦୟ ଭିତରେ
ଶୀତଳ ସମୀର ପରି,ତୃପ୍ତି ଦେହ ଓ ମନରେ ।
ଆଖି ଯେବେ ଲଭେ ତୁମରି ପରଶ
ମନେ ହୁଏ,ଛୁଇଁ ଅଛି ଶାନ୍ତି ରୂପୀ ଶୀତଳ କିରଣ
ତୁମ ଆଗମନର ସଙ୍କେତ
ଯେବେ ବି ମିଳୁଛି, ଏକ ଅହେତୁକ ଖୁସିରେ
ଆବାଳ ବୃଦ୍ଧ ବନିତା ବିଭୋର ଖୁସି ଓ ଖୁସିରେ
ତୁମେ ଆସିବା ପରେ ପରେ
କିଛି ହେଉ କି ନ ହେଉ
ସବୁଜ ରଙ୍ଗର ଶୋଭା ଧରଣୀ ବକ୍ଷରେ।
ତୁମେ ଆସିବା ପରେ ପରେ
କୃଷକର ବ୍ୟସ୍ତ କାର୍ଯ୍ୟକ୍ରମ ନିର୍ଘଣ୍ଟ ସମୟ ଭିତରେ
ଖୁସି ତ କହିଲେ ନ ସରେ
କ୍ଷେତରେ ସୁନା ଭର୍ତି ଦେଖି,ଚାଷୀ ପେଟ ପୁରେ।
ତୁମେ ଆସିଲା ପରେ ପରେ
ବନ୍ୟ ପଶୁ ପକ୍ଷୀ ଜିବ ଜନ୍ତୁ ଗଣ
ଆବର କୀଟ ପତଙ୍ଗ ତରୁ ଆଉ ତୃଣ
ତୃପ୍ତ ହେଲେ ପାନ କରି ମିଠା ମିଠା ଜଳ
ଦେଖା ମିଳୁଛି ନାନା ପ୍ରକାର ର ଫୁଲ ଆଉ ଫଳ।
ତୁମେ ହିଁ ବର୍ଷା
ଯେବେ ବି ଆସ,ସବୁଠି ଖୁସି ଓ ହରଷ
ସଭିଙ୍କ ପ୍ରିୟ ଓ ପସନ୍ଦ ,ଓଠରେ ବି ହସ।