Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna N.K. Behera

Abstract Inspirational

3  

Kabiratna N.K. Behera

Abstract Inspirational

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ

1 min
132



ବନ୍ଦେ ଉତ୍କଳ ଜନନୀ 

ବନ୍ଦେ ଉତ୍କଳ ଜନନୀ, 

ସୁଖଶାନ୍ତି ପ୍ରଦାୟିନୀ, 

ଚିର କଲ୍ୟାଣ କାରିଣୀ। 


ମମତା ସୁଧା ତଟିନୀ 

ସୁନ୍ଦର ଗିରି ବନାନୀ,

ଫୁଲେ ଫଳେ ସୁବାସିନୀ,

ବନ୍ଦେ ଉତ୍କଳ ଜନନୀ। 


ସନ୍ତାନ ଶିରୀ ଦାୟିନୀ 

ଦୁଃଖ କ୍ଲେଶ ହାରିଣୀ, 

ସବୁଜ ଶସ୍ୟେ ହାସିନୀ 

ବନ୍ଦେ ଉତ୍କଳ ଜନନୀ। 


ସହର ପଲ୍ଲୀ ଧାରିଣୀ 

ବିଭବର ଶୋଭାରାଣୀ , 

ମଧୁ ସଂଗୀତ ରାଗିଣୀ 

ବନ୍ଦେ ଉତ୍କଳ ଜନନୀ। 


ଦେବ ମନ୍ଦିର ମାଳିନୀ,

ପୂଜା ଅର୍ଚ୍ଚନା ବନ୍ଦିନୀ, 

ସ୍ନେହ ଶ୍ରଦ୍ଧା ପ୍ରଦାୟିନୀ,

ବନ୍ଦେ ଉତ୍କଳ ଜନନୀ। 


ଚିରପୂଜ୍ୟା ଠାକୁରାଣୀ 

ମନ୍ତ୍ରେ ମନ୍ତ୍ରେ ସ୍ଵର ଧ୍ଵନି , 

ହୁଏ ସଦା ନିନାଦିନୀ 

ବନ୍ଦେ ଉତ୍କଳ ଜନନୀ। 


Rate this content
Log in

Similar oriya poem from Abstract