STORYMIRROR

Sudipta Behera

Fantasy

3  

Sudipta Behera

Fantasy

ଯୌବନ

ଯୌବନ

1 min
12.4K

ଜୀବନରେ ସଦ୍ୟ ପ୍ରସ୍ଫୁଟିତ

ସଜଳ ଉତ୍ତାଳ ଯୌବନ

ଥରେ ଆସି ଧରା ଦିଏ ହାତେ

ଏ ଆକାଶ ଏ ପୃଥିବୀ

ସତେଜ ହୋଇ ଉଠନ୍ତି

ସୁର୍ଯର ପହିଲି କିରଣ

ସ୍ପର୍ଶ କରେ ପଙ୍କଜ ତନୁକୁ

ନୀଳ ଆକାଶର ଆଲିଙ୍ଗନରେ

ପୃଥିବୀ ହୋଇ ଉଠେ ଉଜ୍ଜୀବିତ

ଚନ୍ଦ୍ରର ଶୀତଳ ଜୋସ୍ନା

ଆଉ ନୀଳ କଇଁର ହସ

ପାଗଳ ଭଅଁର ପ୍ରେମିକ ସାଜି 

ପୁଷ୍ପ ଗନ୍ଧାର ଯୌବନକୁ ଚୋରାଇ ନିଏ

କାମନାର ନିଶିଗନ୍ଧାରେ ନଦୀ ସାଗରକୁ

ଛୁଇଁ ବାର ପ୍ରୟାସରେ

ଆଉ ମୁଁ

ତୁମେ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy