ଯୌବନ ଯାତ୍ରା
ଯୌବନ ଯାତ୍ରା
ମୁଁ ଆଉ କବିତା ଲେଖୁନି
ଲେଖିବି ବା କାହିଁକି ?
ଯଦି ସେ ପଢିବାକୁ ଚାହୁଁନି ।
ଦିନ ଥିଲା ମୁଁ କବିତା ଲେଖୁଥିଲି
ରାତି ରାତି ଅନିଦ୍ରା ହେଇ
ଦିବା ସ୍ବପ୍ନ ରେ ବିଭୋର ହେଇ
କାହାର ସୁନ୍ଦର ରୂପ କୁ
ମୋ କବିତା ରେ ଆଙ୍କୁଥିଲି ।
ସେ ବି ପଢେ ମୋ କବିତା
ଲେଖନୀ ର ଶେଷ ବୁନ୍ଦା ସରିବା ପର୍ଯ୍ୟନ୍ତ
ରାତ୍ରି ଉଜାଗର ରହି
ସମ୍ମୋହିତ ନାୟିକା ଟେ ପରି ।
ମୋ କଲମ ର ମୁନ ଭାଙ୍ଗିଯାଇନି
ସ୍ୟାହି ସେମିତି ଅକ୍ଷତ ପଡିଛି
ହେଲେ ଏ ହୃଦୟ ରେ ,
ଅସଂଖ୍ୟ କ୍ଷତ ହୋଇସାରିଛି ।
ଯନ୍ତ୍ରଣା ରେ ଚିତ୍କାର କରୁଛନ୍ତି
ଲାଘବ ର ଆଶା ରେ ...
ବିକଳ ହେଉଛନ୍ତି....
ହେଲେ ସେ ଏବେ ଅନ୍ୟମନସ୍କ
କବିତା ଠାରୁ ......
ଆଉ ଏ ଅନାମଧେୟ କବିଠାରୁ ବି .....
କେଉଁ ଯନ୍ତ୍ର ଦୁନିଆ ର ପୁଷ୍ପ ଶଯ୍ୟା ରେ
ସେ ଅପେକ୍ଷା ରତ .......
ନିଜର ଯାନ୍ତ୍ରିକ ମଣିଷ ପାଇଁ
ନିଜର ଯୌବନ ଯାତ୍ରା ପାଇଁ ।।

