ଯାତ୍ରା ସଂଗୀତ
ଯାତ୍ରା ସଂଗୀତ
ଏ ପଥ ଦୁର୍ଗମ କଣ୍ଟକିତ ପୂର୍ଣ୍ଣ
ପାଦେ ଫୁଟିଯାଏ କ୍ଲୀଷ୍ଟ କଣ୍ଟକ
ବିଧୁନିତ ପ୍ରାଣ ଆଗକୁ ବଢ଼ଇ
ଅନିଶ୍ଚିତ ପଣେ ହୋଇ ପଥିକ ।।
ଆକାଶ ଆଲୋକ,ଅନ୍ଧାର ଦିଏ
ଜଳ ବହୁଳେ ନାଶ, ବିହୁନେ ବିନାଶ
ସବୁ ଜାଣି ନିଜ ଯାତ୍ରା ଜାରିରଖେ
ଏ ମାଟି ପବନ,ପାଣିରେ ଜିଏଁ ।।
ଉପକାର ଆସ ସେବାର ଭରସା
କାହାପାଇଁ କାନ୍ଦେ ଦୁନିଆଁ ସାରା
ମୋର ରକ୍ତ, ମାଂସ ଏ ମାଟିରେ ମିଶୁ
ଏ କାନ୍ଧ ଉଠାଉ ଜୀବନ ଭାରା ।।
ବିପ୍ଲବୀ ମନ ପ୍ରଳାପ ଯେ କରେ
ଦେଖି ଏ କଷଣ ମାନବ ପ୍ରଥା
ନିଷ୍ଫଳ ମଣିଷ ଭାଙ୍ଗି ପଡୁଅଛି
କୃତକାର୍ଯ୍ୟ ନୁଆଁଉନି ତା ମଥା ।।
ଏ ଯାତ୍ରା ପଥରେ ବିବର୍ଣ୍ଣ ଶ୍ରମିକ
ନିଜପାଇଁ ଖୋଲେ ନିଜର ଖାତା
ମୁଁହି ଦିନହୀନ ନିଃସ୍ୱପ୍ରାଣ ଧରି
ଖୋଜିବୁଲେ ଏଠି ନିଜର ସତ୍ତା ।।
ସରିବ ଏ ଯାତ୍ରା ପଥ ଯିବ ସରି
ପହଂଚିବି ଯାଇ କେଉଁ ରାଇଜେ
ନୂଆ ପଥେ ପାଦ ଥାପି ଚାଲୁଥିବି
ମନ୍ତ୍ର ଭଜୁଥିବି ନିଜ ସରାଗେ ।।