STORYMIRROR

Sanjya Tripathy

Classics

3  

Sanjya Tripathy

Classics

ଯାହା ହେବାର ଅଛି ସମୟ ଚକ୍ର ତାହା ହେବ

ଯାହା ହେବାର ଅଛି ସମୟ ଚକ୍ର ତାହା ହେବ

1 min
175

ଯାହା ହେବାର ଅଛି

ସମୟ ଚକ୍ର

ତାହା ହେବ

ଯେମିତି ହେଲେ ବି ହେବ

ଯେତେ ଅଶାସନୀୟ ହେଲେ ହଁ

ଦିନେ ଶାସିତ ହେବ

ଅନନ୍ତ ନିଳୀମା ଓ ଧୂମ୍ରାତ୍ ଦିଗନ୍ତରେ

ଭବିଷ୍ୟତ ହିଁ ସତ୍ୟ

ମଧୁକ୍ଷରା ସୁରଭି ର ଆଗମନରେ

ସୁରଭିତ ହେବ ମୃଦୁମନ୍ଦ ମଳୟ

ମୁଁ, ତୁମେ ଓ ସେମାନେ ଏବେ ଅଫେରା

ସୁତରାଂ ଭାନୁମତୀ ଭବିଷ୍ୟତର ସ୍ୱପ୍ନ

ଏବେ ଅଧୁରା ରହିଯିବ

ପ୍ରୀତିଲପ୍ତା ପ୍ରିୟାର ଆସିବା ବାଟକୁ ଚାହିଁ ଚାହିଁ

ସକାଳ ଅପରାହ୍ନ ଓ ତା ପରେ ନିର୍ଜନ ରାତ୍ରି

ନୀରବତା ର ଭାଷାରେ ବାର୍ତ୍ତାଳପ କରି

ନିର୍ଜନତା ର ରାଜତ୍ଵରେ ମଣିଷ ମୂର୍ତ୍ତି ହୋଇଯିବ

ଯାହାର ଜୟନ୍ତୀ ରେ ଫୁଲମାଳଟିଏ ପିନ୍ଧାଯିବ

ଅପାପବିଦ୍ଧ ଫୁଲରେ ଗୁନ୍ଥା

ପରାଜିତ କାମନାର ହୋଲିରେ

ଯାହା ଜଳିଯିବ ଖ୍ୟାଡବ ଦହନରେ

ଦେହ ଓ ଦାହ ର ସୁରମ୍ୟ ସଂପର୍କରେ

ଲେଖାଯିବ ଏକ ଶ୍ରାବଣୀ କବିତା

ଗୃହନଶୀଳତାର ପୃଥକ୍ ଏକ ପରିଭାଷାରେ ।।



Rate this content
Log in

Similar oriya poem from Classics