STORYMIRROR

Abhakanta

Comedy

3  

Abhakanta

Comedy

ଉପଯୁକ୍ତ

ଉପଯୁକ୍ତ

1 min
26K


ଉପଯୁକ୍ତ

 

ଆଭାକାନ୍ତ ମହାନ୍ତି

 

ଯହିଁ ଝରଣିଆ ଝଙ୍କାଝୋର ନାହିଁ

              ନାହିଁ ହୃଦଝସା ଝରଣ

ସର୍ବମୟ ଭାବ ସାଜି ଖର୍ବ ସୃଜେ

              ସଂସ୍କୃତି ଶତ୍ରୁତା କ୍ଷରଣ,

ଅସ୍ମିତା ଆଧାର ଆକୁଳାଏ ଯହିଁ

              ଅନ୍ୟର ଅସ୍ତିତ୍ୱ ଆଧାରେ

ବିନୟ ବିଲୁପ୍ତ ବଳିଷ୍ଠେ ରଚିତ

              ବୁଦ୍ଧିବର୍ଜ୍ୟା ଛନ୍ଦ ଛନ୍ଦାରେ,

       ତାକୁ କୁହାହେଲେ କବିତା,

ସରମେ ଭ୍ରମିବେ ସାହିତ୍ୟ ସରଗେ

              ତାରା, ତାରାପତି, ସବିତା  ।

 

ଶ୍ରୀରାମଚନ୍ଦ୍ର ଭବନ ସାଇତିଛି

              ସାହିତ୍ୟସ୍ରଷ୍ଟାଙ୍କ ସ୍ମୃତିକୁ

ସେ ସ୍ମୃତି ସମ୍ମୁଖେ ସାହିତ୍ୟେ ଅସ୍ମିତା

              ବିଦ୍ଧେନା କି ସୁଧୀ ଶ୍ରୁତିକୁ ?

ବିନା ବିଚାରରେ ବଡ଼ିମା ବର୍ଷାଇ

              ବଖାଣି ସୃଜନେ ସ୍ୱୀୟତା

ଦଣ୍ଡି ଶବ୍ଦେ ଖଣ୍ଡବାକ୍ୟେ ମଣ୍ଡି ଭଣ୍ଡି

              କବିତାର ଉପାଦେୟତା,

       ଭାବ ପଛେ ରହୁ ଚିଆଁଇ,

ଗଦ୍ୟ ନୋହିଲେ ଏ ପଦ୍ୟ ପଦବାଚ୍ୟ

              ପାଇବା ଉଚିତ ନୁହଁଇ  ।

ତା'ର ମାନେ ନୁହେଁ ମନ୍ତବ୍ୟେ ମୋହର

              ଏ ରଚନା ନୁହେଁ ଉଚିତ

ନବ ନିର୍ଣ୍ଣୟ ଏ ନୂତନ ନାମରେ

              ହେଉ ବ୍ୟକ୍ତ ଶକ୍ତେ ନିଶ୍ଚିନ୍ତ,

ମୋ ମତରେ ‘ନବ ଭାବୁକ' ବୋଲାନ୍ତୁ

              ରଚନା ବି ‘ନବ ଭାବନା'

ମୋର ମତାମତ ଲେଖନୀରେ ବ୍ୟକ୍ତ

              ଅଗ୍ରାହ୍ୟେ ଯୁକ୍ତିରେ ଯିବନା,

       କବିତା ଛନ୍ଦରେ ସ୍ପନ୍ଦିତ,

ଓଡ଼ିଆ ସଂସ୍କୃତି ଭୁଲା ଓଡ଼ିଶାର

              ସର୍ବ ସ୍ଥଳେ ହେଉ ନିନ୍ଦିତ  ।

 

ସ୍ୱତନ୍ତ୍ର ଶୈଳୀ ଏ ସ୍ୱତନ୍ତ୍ର ଭାବରେ

              ସ୍ୱତନ୍ତ୍ରତା ରଖୁ ବଜାୟେ

କରୁ ସୃଷ୍ଟି ନିଜ କର୍ମର କ୍ରମାଙ୍କ

              ନବରି କଟୂକ୍ତି ବେଜାଏ,

ବଳିଷ୍ଠତା ଯଦି ବଦ୍ଧପରିକର

              ବାଛି ନେଉ ନବ ଦିଶାରେ

ନହେଲେ ବି ଗାଈ ଗୋଡ଼ାଣିଆ ହୋଇ

              ନୋହୁ ଗତି ଲୋକହସାରେ,

       ଉଡ଼ାଇ ନିଜସ୍ୱ ନିଶାଣ,

ନମଣୁ ଉଚିତ କବିତାଠୁଁ ପାଉ

              ପୋଇଲୀପୁଅର ପୋଷଣ  ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in

Similar oriya poem from Comedy