STORYMIRROR

Akshaya Dash

Action Inspirational Children

4  

Akshaya Dash

Action Inspirational Children

ଉପକାର

ଉପକାର

1 min
19

ଖାଉଛି ମାଡ ଢେଲାପଥର

ଝଡ଼ବରଷା ସହି,

ଦେଉଛି ମିଠା ଫଳ ସରସ

 ବଣ ବାଡିରେ ରହି।

ସବୁ ଦେହରେ ରହିଛି ପ୍ରାଣ 

ବହୁଛି ଦିବାନିଶି,

ତାପାଖେ ଆମଜୀବନ ଡୋରୀ

ସୁରକ୍ଷା ଦେବା ମିଶି।

ମେଣ୍ଟାଏ ଶୋଷ ବଳ ସାହସ

ତଳକୁ ଯାଏ ଗଡି,

ବାଦଲ ଖସେ ସାଗର ହସେ

ଆସଇ ନଦୀ ବଢି।

ଯେତେ ଖୋଲିଲେ ତାକୁ ହାଣିଲେ 

ପରିମଳକୁ ଖାଇ,

କେବେକାହାର କରେନି ହାନି

ତାପରି ମାଆ ନାହିଁ।

ଆକାଶ ତାର ଚାନ୍ଦୁଆ ତଳେ 

ସରବେ ବଂଧୁ ପରି,

ବିପଦ ବେଳେ ସାହସ ଦିଏ 

ଶିଖାଏ ପାଠ ଧରି।

ଆସନ୍ତି ଉଇଁ ଦିବସ ପାଇଁ 

ବୁଡ଼ିଲେ ହେଲା ରାତି 

ସକଳ ଜୀବ ଜଡ ସମ୍ପତି 

ମାଗିବା ହାତ ପାତି।

ରଖିବା ସଫା ସୂତରା ଯେବେ 

ପୂଜା ହୋଇବ ସାର,

ବସୁଧା, ବାୟୁ, ଜଳ, ଆକାଶ 

ହୋଇବ ଉପକାର ।



Rate this content
Log in

Similar oriya poem from Action