ଉନ୍ମେଷ
ଉନ୍ମେଷ

1 min

11.4K
ଦିନ ଦଶଟା ପରେ
ଶୁନ୍ ଶାନ୍ କୋଳାହଳ
ନିଛାଟିଆ ଖରାବେଳ
ନୀରବି ଯାଏ ରାସ୍ତା।
ସମସ୍ତେ ବନ୍ଦୀ ନିଜ ଘରେ
ଖାଁ ଖାଁ ପରିବେଶ
ଅଜଣା ଆଶଙ୍କାରେ
ଭୀତତ୍ରସ୍ତ ମଣିଷ ସମାଜ ।
ବ୍ୟାହତ ଜୀବନ ଯାତ୍ରା
ଫେରି ପାଇବ ନିଶ୍ୱାସ
ବିପଦ ସହ ଆରମ୍ଭ ହେବ
ଆତଙ୍କିତ ଜୀବନ ଯନ୍ତ୍ରଣା।
ଉତପ୍ତ ନିଦାଘରେ ତ୍ରସ୍ତ
ପୃଥିବୀ ସ୍ଥାବର ଜଙ୍ଗମ
ମହାମାରୀ ଭୁତାଣୁର ଆକ୍ରମଣ
ଏ ବି ଦେହ ସୁଆ ହେବ।
ପ୍ରକୃତିର ବିପର୍ଯ୍ୟୟ ପାଇଁ
ଅବିରତ ସଂଗ୍ରାମର ଫଳ
ଦିବ୍ୟ ସଂରଚନା ବିରୁଦ୍ଧରେ ଯୁଦ୍ଧ
ପରାଜିତ ବିବେକ ଓ ଚେତନା।
କାହିଁ କେତେ ଦୂରେ ଅଛି
ଫଗୁଣ ପରଶ ଏ ଧରାରେ
ପହଁରି ଯିବ ପ୍ରୀତି ଫଲ୍ଗୁ ଶୀତଳତା
ଧରଣୀ ବୁକୁରେ ଅତି ଆନନ୍ଦରେ ।