STORYMIRROR

Bidyadhar Mantry

Abstract Romance Classics

4  

Bidyadhar Mantry

Abstract Romance Classics

ଉଁ ତୁମେ ଭାରି ଇଏ

ଉଁ ତୁମେ ଭାରି ଇଏ

1 min
301


ସଦ୍ୟ-ସ୍ନାତା ଅଙ୍ଗ ସ୍ବତଃ ଆକର୍ଷଣ ଆଙ୍କି-ଦେଲା

ଚାହିଁ ରହିଥିଲି ବିମୁଗ୍ଧ ନୟନେ 

ମୁରୁକି ଲାଜୁଆ ହସ ଚାହୁଁ ଚାହୁଁ ଛୁଇଁ ଗଲା 

ହୃଦୟର ପ୍ରତି କୋଣ ଅନୁକୋଣେ 


ନିରୋଳା ମୁହୂର୍ତ୍ତେ ଉଜ୍ଜୀବିତ ସେଇ ଦୃଶ୍ୟାନ୍ତର 

ଚାରି ପାର୍ଶ୍ଵେ ଛାଇ ପରି ବି ପ୍ରତ୍ୟୟ

ଲେଖୁଥିବା କବିତାର ପ୍ରତି ପଙ୍କ୍ତି ରେ ଜୀବନ୍ତ

ଲୁଚି ଯାଏ ଶବ୍ଦ,ମନ ବି ଅଥୟ


ବିହଙ୍ଗ କାକଳି ମଧୂପ ଗୁଞ୍ଜନ ର ପ୍ରତ୍ୟୟ

ନିର୍ଜନ ବେଳା ଭାବାନ୍ତର ମନରେ

ଆନମନା ସୂକ୍ଷ୍ମ ଭାବନାରେ କେହି ଡାକୁଅଛି

ସୁଯୋଗ ରହିଛି ଆସ ପୁଣି ଥରେ 


ଓଠରୁ ଝରି ଥିଲା କଥା"ଉଁ ତୁମେ ଭାରି ଇଏ"

ସେଇ "ଇଏ" ଶବ୍ଦ ହୃଦେ ପ୍ରତିଧ୍ଵନି

"ଇଏ"ର ସଂଜ୍ଞା ସନ୍ଧାନ ବିନା ଅଛି ଅବଶୋଷ

ଆଉ ଭାବନା ବି ଜାଗ୍ରତ ହେଉନି


ନିଜକୁ ନିଜେ ପ୍ରଶ୍ନ ପରେ ଉତ୍ତର ନିରୁତ୍ତର

ସତେ କଣ ଅଛି ପ୍ରେମ କବଳରେ

ପ୍ରେମ କଣ ହୋଇଲା ଆରମ୍ଭ ଟିକିଏ କଥାରେ

"ଉଁ ତୁମେ ଭାରି ଇଏ " ,ପଙ୍କ୍ତି ଆଳରେ   


ପ୍ରଥମ ପ୍ରେମ ହେଲା ପରି ଅନୁଭବ ହେଉଛି

ବେଦନା ସାଗରେ ସନ୍ତରଣ ରତ

କେହି ଜଣେ ମନ ଭିତରକୁ ଧସେଇ ଆସୁଛି

ସତରେ ମୁଁ ପ୍ରେମରେ ବୁଡ଼ିନି ତ!


ମନରେ ସବୁବେଳେ ରହୁଛି ମିଳନ ଲାଳସା 

କାହା ହୃଦୟରେ ଥିଲା ପରି ଭାବ

ସ୍ଵପ୍ନରେ ସେଇ ଛବି ଦେଖିବା ପାଇଁ ବ୍ୟାକୁଳତା

କାହାର ମିଠା ପରଶ ପରି ଅନୁଭବ 


କେହି ଜଣେ ହୃଦୟ ଭିତରେ ରହେ ସବୁବେଳେ 

ଛାଇ ପରି ପାଖେ ପାଖେ ରହିଅଛି

କାୟ-ମନ-ବାକ୍ୟ,ଶୟନେ ସପନେ ଜାଗରଣେ 

ଚେତନ ଓ ଅବଚେତନ ରେ ଅଛି


ହୃଦୟର ପ୍ରତି ଗଳିରେ ମତୁଆଲା ଭାବନା

ଭ୍ରମୁଛି ଜଣାଶୁଣା ପାଗଳ ପ୍ରାୟେ      

ଗହଳି ଭିତରେ ବି ନିଜକୁ ଭାବେ ଏକୁଟିଆ 

କିଏ କହୁଛି ! "ଉଁ ତୁମେ ଭାରି ଇଏ" ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract