Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Classics Inspirational Others

4  

Bidyadhar Mantry

Classics Inspirational Others

ବିଶ୍ୱାସରେ ବିଷ

ବିଶ୍ୱାସରେ ବିଷ

1 min
12



ବିଶ୍ୱାସ ସହିତ ବିଷର ଭାବନା

ଉଦ୍ରେକ ସହ ପ୍ରୟୋଗ

ବିଶ୍ୱାସ ଦ୍ରୁମ ଟି ଟଳି ପଡ଼ି ଯାଏ

ସମାପ୍ତି ହୁଏ ଆବେଗ

ଜୀବନ ଯାତ୍ରାରେ ଭେଟ ହୁଏ ପ୍ରାୟ

ଅନେକ ଚିତ୍ର ଚରିତ୍ର

ବିଶ୍ୱାସ ସହିତ ସମ୍ପର୍କ ସ୍ଥାପନ

କ୍ରମେ ଭାବ ତ୍ୱରାନ୍ୱିତ

ଘର ପରିବାର ସମାଜ ସହିତ

ବିଶ୍ୱାସ ଆଧାର ଧାରେ

ଜୀବନର ପଥ ହୁଏ ସଂଚାଳିତ 

ମନ ପ୍ରାଣ ବଚନରେ

ପ୍ରେମର ବନ୍ଧନ ଅବା ଭକ୍ତି ଭାବ

ବିଶ୍ୱାସ ସହ ଜଡ଼ିତ

ବିଶ୍ୱାସ ରେ ବିଷ ଭରି ଯାଏ ଯଦି

ଭାବରେ ଆସେ ବ୍ୟାଘାତ ‌।


ସ୍ବାର୍ଥ ଚିନ୍ତାଧାରା ଅବା ପ୍ରତିହିଂସା

ଭାବନା ହିଁ ଅଟେ ବିଷ 

ଅନ୍ଧ ପରି ଥିବା ଚଳନ୍ତି ବିଶ୍ୱାସ 

ରୂପ ନିଏ ଅବିଶ୍ବାସ

ସରଳ ନିଷ୍ପାପ ହୃଦୟ ରେ ଭାବ

ବିଶ୍ୱାସ ସହ ଉଦ୍ରେକ

ମନର ମଣିଷ ଅବା ବିଭୁ ପ୍ରେମ

ବିଶ୍ୱାସ ଅଟେ କାରକ

ବିଶ୍ୱାସ ଘାତକ ସଇତାନ ସମ

ଯଦି ବୁଣେ ବିଷ ମଞ୍ଜି

ଅକାଳରେ ଭାବ ବୃକ୍ଷ ପଡେ ଟଳି 

କାରଣ ପାଏନି ଖୋଜି

ବିଶ୍ୱାସ ମୂଳେ ଏ ଜଗତ ସମ୍ପ୍ରତି

ହେଉଅଛି ଆତଯାତ

ବିଶ୍ୱାସ ସହିତ ଆଧ୍ୟାତ୍ମିକ ଭାବ

ହୃଦୟେ ଅଛି ଜଡ଼ିତ


ଆତ୍ମାର ଆକାର ନିହାତି ଗୁପତ

ସାକାର ନା ନିରାକାର

ବିକଶିତ ଜ୍ଞାନ ବିନା ଅନୁଭବ

ବିଶ୍ୱାସ ମୂଳେ ସ୍ବୀକାର।

ବାୟୁ ଦୃଶ୍ୟମାନ ନୁହଁଇ ସମ୍ଭବ

ଶ୍ୱାସ ପ୍ରଶ୍ୱାସେ ଆବାସ

ପୁଷ୍ପ ଗନ୍ଧ ଦୃଶ୍ୟ ଅନୁଭବ ମାତ୍ର

ବିଶ୍ୱାସ ମୂଳେ ଆଭାସ।

କେଉଁଠାରେ ଶକ୍ତି ଅଛି କେତେ ଗୁଣ

କଦାପି ହୁଏନି ଦେଖି

ଶକ୍ତି ଆକଳନ ବିଶ୍ୱାସ ଧାରାରେ

ନିରେଖି ଅବା ପରଖି।

ଆତ୍ମା ହିଁ ଅନନ୍ତ ଅସୀମ ସର୍ବତ୍ର

ଜୀବକୁ କରେ ଜୀବନ୍ତ

ଆତ୍ମା ବିନା ଦେହ ଧୂଳି ସହ ଧୂଳି

ବିଶ୍ୱାସ ସହ ଜଡ଼ିତ 

ଅଜର ଅମର ଅନାଦି ଅନନ୍ତ

ବ୍ରହ୍ମ ହିଁ ମୂଳ ଆଧାର

ଅଟଳ ବ୍ରହ୍ମାଣ୍ଡେ ମାତ୍ର ବ୍ରହ୍ମ ସତ୍ୟ

ବିଶ୍ୱାସ ଅଟଇ ସାର ।


ବିଶ୍ୱାସ ଅଟଇ ଈଶ୍ୱର ସମାନ 

ଭୟ ଭକ୍ତି ସହ ହେଉ

ଭାବ ସ୍ନେହ ପ୍ରେମ ଭକ୍ତି ଓ ସମ୍ମାନ

ସର୍ବଦା ଅକ୍ଷୁର୍ଣ୍ଣ ରହୁ

ଜୀବନ ରହିଛି ବିଶ୍ୱାସ ସହିତ

ହୃଦୟ ପ୍ରାୟ ସରସ

ବିଶ୍ୱାସରେ ବିଷ ନ ହେଉ ପ୍ରୟୋଗ

ନରକେ ନ ହେଉ ବାସ ।



Rate this content
Log in

Similar oriya poem from Classics