STORYMIRROR

Bidyadhar Mantry

Classics Inspirational Others

4  

Bidyadhar Mantry

Classics Inspirational Others

ଷଡ ରିପୁ

ଷଡ ରିପୁ

2 mins
20


ପୁରାଣରେ ନାନା ମୁନି ନାନା ମତ 

ଭିନ୍ନ ଭିନ୍ନ ପ୍ରସଙ୍ଗରେ

ଜୀବ ମୋକ୍ଷ ସମ୍ପର୍କିତ ତଥ୍ୟ ପ୍ରାୟ

ଜାଣି ହୁଏ ସହଜରେ

ଷଡ ରିପୁ ପ୍ରସଙ୍ଗରେ ଆଲୋଚନା 

ପ୍ରାୟ ପୁରାଣ ପୃଷ୍ଠାରେ

ସାଧକ ପକ୍ଷରେ ବହୁ ଉପଯୋଗୀ

ତନ ମନ ବିଷୟରେ

ଷଡ ରିପୁ ନିଜ ନିଜ ବୃତ୍ତି ସହ

ଶରୀର ରେ କାର୍ଯ୍ୟରତ

ଜୀବନ ଯାତ୍ରାରେ ପ୍ରାୟ ଉପଲବ୍ଧ 

ଷଡ ରିପୁ ର ଚରିତ୍ର ।


କାମ ରିପୁ ନିଜ ବୃତ୍ତିରେ ଚକୋର 

ମନ ସଦା ମୈଥୁନ ରେ

କ୍ରୋଧ ହେଟା ବୃତ୍ତି ସହିତ ସମାନ

କେବଳ ସ୍ବାର୍ଥ ଆଶାରେ

ଲୋଭ ଗୃଧ୍ର ବୃତ୍ତି ସମ ଜୀବନରେ

ମନ ଲୋଲୁପ ଦୃଷ୍ଟିରେ

ମୋହ ପେଚା ବୃତ୍ତି ସମାନ ଅଜ୍ଞାନ

ଜ୍ଞାନ ଖୋଜେ ଅସତ୍ୟ ରେ

ମଦ ଗରୁଡ ବୃତ୍ତି ପରାୟ ସଦା

ମନ ବି ମଦମତ୍ତା ରେ

ମାତ୍ସର୍ଯ୍ୟ ନିହାତି ଶ୍ୱାନ ବୃତ୍ତି ସମ

ମନ ଚାଟୁକାରିତା ରେ ।


ମଣିଷର ମନ ଇତଃସ୍ତତ ସଦା 

ଏହାର କାରକ ଚିନ୍ତା

ଇନ୍ଦ୍ରିୟ ମାନଙ୍କ ସମ୍ବେଦନତା ରେ 

ସୂଚିନ୍ତା ପୁଣି ଦୁଃଶ୍ଚିନ୍ତା 

ସକାରାତ୍ମକ ଚିନ୍ତାଧାରା ଉତ୍ପନ୍ନେ 

ସୁକର୍ମ କାର୍ଯ୍ୟରେ ମନ

ନକାରାତ୍ମକ ଚିନ୍ତାଧାରା ସହିତ

କୁକର୍ମେ ମନ ନିମଗ୍ନ

ଲୋଭ ମୋହ ସହ କାମନା ବାସନା

ନକାରାତ୍ମକ ପ୍ରଭାବେ

ସକାରାତ୍ମକ ଚିନ୍ତା ଚେତନା ବଳେ

ଉତ୍ତମ ଗୁଣ ସ୍ୱଭାବେ

ସର୍ବଦା ମନରେ ଚିନ୍ତାର ଉଦ୍ରେକ

ଅବଶ୍ୟ ହୁଅଇ ଜାତ 

ଆପେ ଆପେ ଆସେ ଆପେ ଚାଲିଯାଏ

ମନ କିନ୍ତୁ ପ୍ରଭାବିତ ।


ଏପରି ସମୟ ଆସିବ ଜୀବନେ

କିଛି ବି ଚିନ୍ତା ନ ଥିବ

ତାହା ହିଁ ମନର ସମାଧି ସମୟ

ଧ୍ୟାନ ହୋଇବ ସମ୍ଭବ

ଚିନ୍ତା ଓ ଚେତନା ହୁଏ ନିୟନ୍ତ୍ରଣ

ନିତ୍ୟ ଅଭ୍ୟାସ ବଳରେ

ଭାବାତୀତ ଧ୍ୟାନ ଅଭ୍ୟାସ ବଳରେ

ଷଡ ରିପୁ ଯାଏ ଦୂରେ ।


ବାହ୍ୟ ପରିସ୍ଥିତି ଯାହା ବା ଯେପରି

ହୋଇ ଥାଉ ନିଜ ପାଇଁ 

ନିଜ ମନ ଚିନ୍ତନ ରେ ଅନ୍ତର୍ମୁଖୀ

ବଳେ ଶାନ୍ତି ଉପୁଜଇ 

ଧ୍ୟାନ ସାଧନାରେ କ୍ରମେ ଷଡ ରିପୁ 

ଆପେ ହୁଏ ଦୂରୀଭୂତ

ପ୍ରଶାନ୍ତି ବିରାଜମାନ ସହିତରେ

ଶୁଦ୍ଧ ହୁଏ ନିଜ ଚିତ୍ତ

ନିଜ ଅନ୍ତର୍ନିହିତ ଚେତନା ବଳେ

ଷଡ ରିପୁ ଠାରୁ ମୁକ୍ତ

ଅପୂର୍ବ ପ୍ରଶାନ୍ତି ଭରି ଯିବା ସହ

ଆତ୍ମ ଶୁଦ୍ଧି ପ୍ରଶମିତ ।


ଧନ ଓ ପ୍ରାଚୂର୍ଯ୍ୟ ବିଳାସ ବ୍ୟସନ

ସୁନ୍ଦରୀ ନାରୀ ମୋହ ରେ

ମାଦକ ଦ୍ରବ୍ୟ ସେବନରେ ଶରୀର

ଷଡ ରିପୁ କବଳରେ

ପାଞ୍ଚ ମନ ଆଉ ପଚିଶ ପ୍ରକୃତି

ପୁଣି ଇନ୍ଦ୍ରିୟ ଦମନ

ନିୟନ୍ତ୍ରଣ କରି ଷଡ ରିପୁ ଠାରୁ

ମୁକ୍ତି ହୋଇବ ସାଧନ ।


ପରିବାର ଠାରୁ ଅଲଗା ରହିଲେ

ସାଧୁ ଭାବେ ନୁହେଁ ମାନ୍ୟ

ଭଲ ମନ୍ଦ କାମ କ୍ରୋଧ ଲାଭ କ୍ଷତି

ଜ୍ଞାନ ହୃଦେ ପ୍ରୟୋଜନ

କାମ କ୍ରୋଧ ମୋହ ଆଳସ୍ୟ ଓ ଲୋଭ

ସମ୍ପ୍ରତି ହେଲେ ଦମନ

ଷଡ ରିପୁ ଆପେ ଆପେ ଘୁଞ୍ଚି ଯିବ 

ମୋକ୍ଷ ହୋଇବ ଜୀବନ

ସଞ୍ଜମ ଆଚରଣ ବିନା ଦୁର୍ଗତି

ପରିଣତି ସର୍ବନାଶ

ମଣିଷ ଜୀବନ ଅଧୋଗତି ପ୍ରାୟ

କାମନା ରୁ ହିଁ ବିନାଶ

ମନ ନିୟନ୍ତ୍ରଣ ସହ ଖୁସି ରହୁ

ଜୀବନର ଚଲାପଥ 

ଦୁର୍ଲ୍ଲଭ ଜୀବନ ସାର୍ଥକ ସାକ୍ଷାତେ 

ଭେଟ ହେଲେ ପରମାର୍ଥ ।



Rate this content
Log in

Similar oriya poem from Classics