STORYMIRROR

Bidyadhar Mantry

Drama Classics Others

3  

Bidyadhar Mantry

Drama Classics Others

ନବାଙ୍କ ବେଶ

ନବାଙ୍କ ବେଶ

1 min
13


ମାତ୍ର ଗେଣ୍ଡୁ ଫୁଲ ନବାଙ୍କ ବେଶରେ

ଲାଗିହୁଏ ଶ୍ରୀଅଙ୍ଗରେ

ବେଶ ପ୍ରିୟ ଜଗନ୍ନାଥ ସୁଶୋଭିତ

ଗେଣ୍ଡୁ ଫୁଲର ମାଳା ରେ

ମକର ସଂକ୍ରାନ୍ତି ପର୍ବ ଦିନ

ଚାଉଳ ଫୁଲ ମେଳାଣ 

ନବାଙ୍କ ବେଶର ବିଧି ବିଧାନ ରେ

ହୋଇଥାଏ ଆୟୋଜନ

ସନ୍ଧ୍ୟା ଆଳତୀ ସମୟରେ ବେଶ

ହୋଇଥାଏ ଅନୁଷ୍ଠିତ

ଗେଣ୍ଡୁଫୁଲ ମାଳ ଚୂଳ ସହିତରେ

ଶ୍ରୀଜିଉ ଅଙ୍ଗ ଶୋଭିତ

ସୁସଜ୍ଜିତ ଏହି ଗେଣ୍ଡୁଫୁଲ ବେଶ 

ନବାଙ୍କ ନାମେ ନାମିତ

ନବାଙ୍କ-ବଡ଼ସିଂହାର ସମନ୍ୱିତ

ବେଶ ରୂପରେ ବିଦିତ

ଚଳନ୍ତି ପ୍ରତିମା ମଦନ ମୋହନ 

କରିଥାନ୍ତି ପ୍ରଦକ୍ଷିଣ 

ରତ୍ନ ସିଂହାସନ ସାଢ଼େ ଚାରି ଥର

ପ୍ରଦକ୍ଷିଣ ର ବିଧାନ

ପୁଣି ଥରେ ବିଜେ ହୋଇ ପାଲିଙ୍କିରେ 

ଶ୍ରୀମନ୍ଦିର ପ୍ରଦକ୍ଷିଣ

ଶ୍ରୀ ମନ୍ଦିରକୁ ସାଢ଼େ ଚାରି ଥର

ପ୍ରଦକ୍ଷିଣ ର ବିଧାନ 


ନବାଙ୍କ ବେଢା ର ପ୍ରଥମ ଭ୍ରମଣ

ଦର୍ଶନେ ପାତକ ମୁକ୍ତି

ଦ୍ଵିତୀୟ ବେଢ଼ା ର ଦର୍ଶନ ଲଭିଲେ

ଉପ ପାତକ ରୁ ମୁକ୍ତି

ତୃତୀୟ ବେଢ଼ା ଦର୍ଶନରେ ରହିଛି

ଯଜ୍ଞ ଅନୁଷ୍ଠାନ ଫଳ

ଚତୁର୍ଥ ବେଢ଼ା ଦର୍ଶନ ରେ ଭକତି

ଭାବ ହୁଅଇ ପ୍ରବଳ


ନବାଙ୍କ ବେଶ ଦର୍ଶନରେ ଭକତ

ପ୍ରାପ୍ତ ହୁଏ ପୁଣ୍ୟ ଫଳ

ଧନ୍ୟ ମହାପ୍ରଭୁ ବେଶର ମହିମା

ଦର୍ଶନେ ମିଳୁ ସୁଫଳ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama