STORYMIRROR

Bidyadhar Mantry

Drama Classics Others

3  

Bidyadhar Mantry

Drama Classics Others

ଭଣ୍ଡ ଗଣେଶ

ଭଣ୍ଡ ଗଣେଶ

1 min
15


ସର୍ବାଗ୍ରେ ପୂଜିତ ଦେବ ପୁଣି ଭଣ୍ଡ !

ବିବ୍ରତ ଭାବ ରହିଛି

ପୁରାଣ ପୃଷ୍ଠାରେ ଭଣ୍ଡ ଗଣେଶଙ୍କ

କଣ ଉଲ୍ଲେଖ ହୋଇଛି?

ଗଣେଶ ବିଗ୍ରହ ବାମ ଜଙ୍ଘ ପୃଷ୍ଠେ

ଦେବୀଙ୍କ ଉପବେଶନ 

ଦେବୀ ମୂର୍ତ୍ତିଙ୍କର ଜନନେନ୍ଦ୍ରିୟରେ

ଦେବଙ୍କ ଶୁଣ୍ଢ ସଂଲଗ୍ନ

ରୋଚକ ପୂର୍ଣ୍ଣ ତଥ୍ୟ ପ୍ରାୟ ଜଡ଼ିତ

ଏ ବିଗ୍ରହ ଆଢ଼ୁଆଳେ 

କିମ୍ବଦନ୍ତୀ ପୁଣି ଜନ ଶ୍ରୁତି କଥା

ଉହ୍ୟ ଅଛି କାଳ ବଳେ

ଯେପରି ରହସ୍ୟମୟ ଜଗନ୍ନାଥ

ଶ୍ରୀମନ୍ଦିରେ ସେହିପରି

ପ୍ରତି ଟି ସୁକ୍ଷ୍ମ ରୁ ସୁକ୍ଷ୍ମତ୍ତର ସ୍ଥଳେ

ରହସ୍ୟ ରହିଛି ଘେରି

ତନ୍ମଧ୍ୟରେ ଭଣ୍ଡ ଗଣେଶ ନିଆରା

ପଶ୍ଚିମ ଦ୍ଵାର ପାଖରେ

ବିଗ୍ରହ ର ଭିନ୍ନତା ପରିଲକ୍ଷିତ

ଭଣ୍ଡ ସଦୃଶ ଦୃଶ୍ୟ ରେ ।


କିମ୍ବଦନ୍ତୀ ପୁଣି ଇତିହାସ ସହ

ନାନା ମୁନି ନାନା ମତ 

ଭଣ୍ଡ ଗଣେଶଙ୍କ ବିଗ୍ରହ ସମ୍ପର୍କେ 

ତଥ୍ୟ ରହିଛି ଜଡ଼ିତ

ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଜୟ 

ସହ କାଞ୍ଚି ରାଜ କନ୍ୟା

ପୁଣି ଆଣି ଥିଲେ ଭଣ୍ଡ ଗଣେଶଙ୍କୁ 

ଅଛି ତହିଁର ସୂଚନା

ଭଣ୍ଡ ଗଣେଶଙ୍କ ବିଗ୍ରହ ସ୍ଥାପନ 

ହେଲା ପଶ୍ଚିମ ଦିଗରେ

ଭିନ୍ନ ଭିନ୍ନ ନାମେ ହୁଏ ସମ୍ବୋଧନ

ଦର୍ଶନାର୍ଥୀ ଙ୍କ ମୁଖରେ

ଶୃଙ୍ଗାର,ଉଚ୍ଛିଷ୍ଟ, କାମଦା,ତାନ୍ତ୍ରିକ

ଭଣ୍ଡ,ଶକ୍ତି ବାମାବର୍ତ୍ତ 

ବାମ ଜଙ୍ଘ ପରେ ସ୍ଥିତ ଦେବୀଙ୍କର

ଅଛି ଭିନ୍ନ ଭିନ୍ନ ମତ 

ସିଦ୍ଧି ଦେବୀ, ବିଘ୍ନେଶ୍ୱରୀ,ପ୍ରତ୍ୟାଙ୍ଗନା 

କିଏ କହେ କେଉଁ ମତେ

ବିଶ୍ୱାସ ସହିତ ଜଡିତ ଭାବନା

ଭକ୍ତ ହୃଦୟ ରେ ପ୍ରତେ ।


ପ୍ରତ୍ୟେକ ଗଣେଶ ଚତୁର୍ଥୀ ତିଥିରେ

ଭଣ୍ଡ ଗଣେଶ ମନ୍ଦିରେ 

ଶୀତଳ ଭୋଗ ଓ ବନ୍ଦାପନା ନୀତି 

ହୁଏ ସନ୍ଧ୍ୟା ଧୂପ ପରେ

ମନ୍ଦିର ଭିତର ବାହାର ବେଢାରେ

ପଞ୍ଚ ଚାଳିଶି ଗଣେଶ

ତନ୍ମଧ୍ୟରୁ ଭଣ୍ଡ ଗଣେଶ ବିଗ୍ରହ

ପାର୍ଥକ୍ୟ ଅଛି ବିଶେଷ 

ସେହି ଭଣ୍ଡ ଗଣେଶଙ୍କୁ ପ୍ରଣିପାତ 

ଭକ୍ତି ସହ ହୃଦୟରେ

ଭଣ୍ଡ ଚିନ୍ତା ଧାରା ନ ରହୁ ମନରେ

ଏହି ନିବେଦନ କରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama