Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Classics Inspirational Others

4  

Bidyadhar Mantry

Classics Inspirational Others

ଭାଗବତରେ ଆତ୍ମ ଦର୍ଶନ

ଭାଗବତରେ ଆତ୍ମ ଦର୍ଶନ

1 min
13



ସର୍ବ ଶାସ୍ତ୍ର ସାରତତ୍ତ୍ଵ ସର୍ନିବିଷ୍ଟ 

ଧର୍ମ ଶାସ୍ତ୍ର ଭାଗବତ

ବେଦ କଳ୍ପତରୁ ପକ୍ବ ଫଳ ସମ

ଜ୍ଞାନ ବିଜ୍ଞାନ ନିହିତ

ଭାବ ଜ୍ଞାନ ତତ୍ତ୍ଵ ବୈରାଗ୍ୟ ମାର୍ଗର

ଅନନ୍ୟ ମାର୍ଗ ଦର୍ଶକ

ଭଗବାନଙ୍କର ସାକ୍ଷାତ ସ୍ବରୂପ

ଅର୍ଜ୍ଜନେ ଜୀବ ସାର୍ଥକ

ସକାମ ନିଷ୍କାମ ଭକ୍ତିର ସ୍ବରୂପ

ପରମହଂସ ସଂହିତା

ସୃଷ୍ଟି ରହସ୍ୟର ଚରିତ ବର୍ଣ୍ଣନ

ସାଧୁ ସନ୍ଥଙ୍କର ପନ୍ଥା

ଜୀବନ ଦର୍ଶନ ଗ୍ରନ୍ଥ ଭାଗବତ

ବ୍ରହ୍ମ ସୁତ୍ରର ଦ୍ୟୋତକ 

ନିତ୍ୟ ପଠନ ରେ ପ୍ରେରଣା ସମ୍ଭବ

ଭବ ଭୟ ନିବାରକ

ସତ୍ୟ ଧର୍ମ ମୁକ୍ତି ପଥ ପ୍ରଦର୍ଶକ

ଭାଗବତ ଆଦିମୂଳ

ବେଦ ମଧ୍ୟେ ସାର ମୋକ୍ଷ ବିଧାୟକ

ଆତ୍ମ କଲ୍ୟାଣ ର ମୂଳ 

ସତ୍ତ୍ଵ ଜ୍ଞାନ ଦିବ୍ୟ ଭାବ ପ୍ରବର୍ତ୍ତକ

ଭାଗବତ ରସାତ୍ମକ

ମୋହ ମାୟା ଷଡ ରିପୁ ବିନାଶକ

ଜନ୍ମ କର୍ମ ନିୟାମକ


ଜୀବନ ଦର୍ଶନ ସମ୍ବଳିତ ତଥ୍ୟ

ଭାଗବତ ରେ ଗୁରୁତ୍ଵ

ଆତ୍ମ ସମୀକ୍ଷା ଓ ଆତ୍ମ ନିୟନ୍ତ୍ରଣ

ସୁତ୍ର ରହିଛି ନିହିତ

ଜୀବନ ଯୁଦ୍ଧ ରେ ସଂଘର୍ଷ ବ୍ୟାପକ

ଅସ୍ତ୍ର ରୂପେ ଭାଗବତ

ଆତ୍ମ ବିଶ୍ଳେଷଣ ଉପାଦାନ ସହ

ଆତ୍ମା ହୁଏ ବିକଶିତ

ଆତ୍ମା ଆଉ ପରମାତ୍ମା ସମ୍ବନ୍ଧୀୟ

ଯୋଗ ସାଧନାର ମନ୍ତ୍ର

ଭାଗବତ ବାଣୀ ଆଧାରରେ ସୁତ୍ର

ସହଜେ ହୁଅଇ ପ୍ରାପ୍ତ


ଭାଗବତ ନୁହେଁ କେବଳ ପଠନ

ବରଂ ସାଧନ ଜରୁରୀ

ମଣିଷ ହୃଦୟେ ଆତ୍ମ ବା ବିବେକ

ଶ୍ରେଷ୍ଠ ଗୁରୁ ସର୍ବୋପରି

ଆତ୍ମ ସଞ୍ଜମ ଇନ୍ଦ୍ରିୟ ନିୟନ୍ତ୍ରଣ

ବାକ୍ ସଞ୍ଜମ ବ୍ୟାୟାମ

ଯୋଗ ରେ ପୁରକ କୁମ୍ଭକ ରେଚକ

ଯୋଗେ ହୁଏ ପ୍ରାଣାୟମ

ପ୍ରତ୍ୟେକ ବ୍ୟକ୍ତି ର ଆତ୍ମା ବା ବିବେକ

ନିଜ ଉପଯୁକ୍ତ ଗୁରୁ

ସଦା ପାଖେ ରହି ଉପଯୁକ୍ତ ତଥ୍ୟ

ଦିଏ ପ୍ରତି ଘଟଣାରୁ 

ଭାଗବତ ଧାରେ ପ୍ରତ୍ୟକ୍ଷ ପ୍ରମାଣ

ବଳେ ଜ୍ଞାନ ଆହରଣ

ପ୍ରତ୍ୟେକ ବ୍ୟକ୍ତିର ଆତ୍ମାରେ ନିହିତ

ଆତ୍ମା ରୂପୀ ଭଗବାନ

ବ୍ରହ୍ମା ବିଷ୍ଣୁ ଓ ଶିବଙ୍କ ସମ୍ମିଳିତ

ରୂପ ଆତ୍ମା ପରଂବ୍ରହ୍ମ

ସୃଷ୍ଟି ସର୍ଜନା ସଂହାର ଅହରହ 

ଆତ୍ମା ସତ୍ୟ,ନୁହେଁ ଭ୍ରମ

ଗୁରୁ ଗ୍ରହଣ ଆଉ ଜ୍ଞାନ ଆହରଣ

ଭାଗବତରେ ନିଦାନ

ନିଜ ଆତ୍ମା ଅଟେ ସର୍ବ ଶ୍ରେଷ୍ଠ ଗୁରୁ

ଆତ୍ମ ଦର୍ଶନ ବିଧାନ

ଜଣେ ଗୁରୁ ଯଦି ଦିବ୍ୟ ଗୁଣ ଧାରୀ 

ଅଥବା ମହାପୁରୁଷ

ସାକ୍ଷାତ୍ ପରଂବ୍ରହ୍ମ ର ପଦବାଚ୍ୟ

ଅସମ୍ଭବ ର ପ୍ରୟାସ


କଳି ରେ ଅମୋଘ ଅସ୍ତ୍ର ଭାଗବତ

ଆତ୍ମ ବିଶ୍ଳେଷଣ ଗ୍ରନ୍ଥ

ଭକ୍ତ ଭଗବାନ କଥା ଓ ସାଧନା

ମନ୍ତ୍ର ରହିଛି ନିହିତ

ଶୃଙ୍ଖଳିତ ଜୀବନରେ ଭାଗବତ

ଦିଏ ନୂତନ ଚେତନା

ଜୀବନ ସାଗର ଉତ୍ତାଳ ଢେଉ ରେ

ଭାଗବତ ହିଁ ପ୍ରେରଣା

ପବିତ୍ର ପାବନ ଶାସ୍ତ୍ର ଭାଗବତ

ହେଉ ପଠନ ଶ୍ରବଣ 

ଜ୍ଞାନ ଭକ୍ତି ଧ୍ୟାନ ଯୋଗ ମାର୍ଗ ବଳେ

ଆତ୍ମ ହେବ ବିଶ୍ଳେଷଣ ।।


Rate this content
Log in

Similar oriya poem from Classics