ଉକୁଣୀ
ଉକୁଣୀ
ଧନ୍ୟରେ ଉକୁଣୀ ଧନ୍ୟରେ
ଧନ୍ୟ ଜୀବନ ତୋର
ବାସ କରୁଥାଉ ସର୍ବଦା
ନର ମୁଣ୍ଡ ଉପର ।
ଗହନ ବନର କେଶରେ
ସଦା କରୁ ବିହାର
ମୁଣ୍ଡର ମଇଳା ତେଲକୁ
ତୁହି କରୁ ଆହାର ।
କଳା ମଚମଚ କେଶରେ
କରୁ ଭ୍ରମଣ ବେଶୀ
ରୁପି ହେଇଗଲେ ମୁଣ୍ଡରେ
ଦେଖି ହେଉ ତୁ ଖୁସି ।
ବଂଶ ତୋ ବିସ୍ତାର କରୁ ତୁ
ଲୁଚି ତାହା ଭିତରେ
ନିଖକୁ ଉତ୍ପତ୍ତି କରୁ ତୁ
ଘନ ଚୁଟି ମୂଳରେ ।
ନିଖରୁ ଉକୁଣୀ ଫୁଟଇ
ଖାଆନ୍ତି ରକତ ଶୋଷି
କେବେ ମୁଣ୍ଡ ଘାଆ କରଇ
ଲାଗେ ଯନ୍ତ୍ରଣା ବେଶୀ ।
ସେଇ ଘା' ରକତ ପୂଜକୁ
ଖାଇ ବଞ୍ଚୁ ଜୀବନ
ବଂଶକୁ ବିସ୍ତାର କରୁଛୁ
ରହି ସଦା ଗୋପନ ।
ଖରା ବର୍ଷା ଶୀତ କାକର
ତୋର ନଥାଏ ଭୀତି
ମଣିଷ ମୁଣ୍ଡରେ ନିର୍ଭୀକେ
କରୁ ନିଜ ରାଜୁତି ।
ଶୋଇ ପଡିଗଲେ ମାନବ
ତୁହି ବାହାରି ଆସୁ
ମନ ଇଚ୍ଛା ଘୂରି ବୁଲି ତୁ
ହସି ରକତ ଶୋଷୁ ।
କାନ ମୂଳକୁ ତୁ ଖସିଣ
ବେକ କାମୁଡୁ ଆସି
ନିଦ ଭାଙ୍ଗିଗଲେ ମାନବ
ତୋତେ ଧରଇ କଷି ।
ଚିମୁଟି ଧରିଣ ହାତରେ
ନଖ ମୂନରେ ମାରେ
ସେଇଠି ତୋହର ଜୀବନ
ରାତି ଅଧରେ ସରେ ।
ଖରା ବର୍ଷା ଶୀତ କାକର 
;
ନର କଷ୍ଟ ସହଇ
ତାହାରି ମଣ୍ଡରେ ରହି ତୁ
ବଞ୍ଚୁ ରକତ ଖାଇ ।
କେତେ ଯତନରେ ମଣିଷ
ତୋତେ ପାଳେ ମୁଣ୍ଡରେ
ସକାଳ ହୋଇଲେ ବିଚାର
କରେ ସେ ପାନିଆରେ ।
ଦୁଇ ମୁହାଁ ପାନିଆରେ ସେ
ତାର କୁଣ୍ଡାଏ କେଶ
ଝଡି ଖସି ପଡୁ ତଳକୁ
ନଖେ କରେ ସେ ଶେଷ ।
ତୋ ବଂଶ ନିପାତ କରିବା
ପାଇଁ ଆସେ ଆଗେଇ
ଉକୁଣୀମରା ଔଷଧକୁ ସେ
ମୁଣ୍ଡେ ମାରଇ ନେଇ ।
ଓଦାଳିଆ ଥିବା ଚୁଟିକୁ
ନର ଦିଏ କୁଣ୍ଢେଇ
ହିସାବ କିତାବ କରି ସେ
ନଖ ମୂନେ ମାରଇ ।
ବଡ ସାନ କେତେ ଉକୁଣୀ
ପାଦ ଛଅଟି ତୋର
କଳା ଧଳା ରଙ୍ଗ କାହାର
ନାଲି ଅଟଇ କିଏ
ଯିଏ ବେଶୀ ରକ୍ତ ପିଅଇ
ନାଲି ଦେଖା ସେ ଯାଏ ।
ସଫା ରଖେ ଯିଏ ମୁଣ୍ଡକୁ
ନା ତା' ହୁଏ ଉକୁଣୀ
ସକାଳ ପାହିଲେ ନିପାତ
ହୁଏ ତା'ର କାହାଣୀ ।
ମଣିଷ ହାତରେ ବଂଶ ତା'
ହେଇ ଯାଏ ଶେଷ
ମଣିଷ ଦେବତା ଉକୁଣୀ
ଅଟେ କାଳ ରାକ୍ଷସ ।
ସେଇ ରାକ୍ଷସକୁ ମଣିଷ
ନଖେ ମୂନରେ ମାରେ
ନା କୁଣ୍ଡେଇ ହୁଏ ମୁଣ୍ଡ ତା'
ଶୋଇ ଯାଏ ଶାନ୍ତିରେ ।