STORYMIRROR

Dharitri Das

Abstract Inspirational

3  

Dharitri Das

Abstract Inspirational

ସମ୍ପର୍କ

ସମ୍ପର୍କ

1 min
207

ପ୍ରକୃତରେ ଦେଖ ଆମ ସମାଜରେ

     ସମ୍ପର୍କ ଯୋଡି ଅନେକ

ବାସ କରିଥାନ୍ତି     ଗର୍ବ ଅହଂକାର

      ସାଥେ ସର୍ବଦା କ୍ଷଣିକ।

ସମ୍ପର୍କ ଯୋଡିବା ଲୋକ ହୁଏନାହିଁ

      ଦୁନିଆରେ କେବେ ବଡ଼

ସମ୍ଭାଳି ରଖିବା ଲୋକ ହିଁ ପ୍ରକୃତ

      ଜିଣି ପାରିଥାଏ ଗଡ଼।

ସେହି ସମ୍ପର୍କର ଦ୍ୱାହିରେ ମଣିଷ

        ହୁଏ ସିନା ହନ୍ତସନ୍ତ

ସୁସମ୍ପର୍କ ଗଢ଼ି ପାରିଲେ ଜିଣିବ

       ପଶୁଙ୍କୁ କରି ଆୟତ୍ତ।

ପଶୁ ଯେ ଅଟନ୍ତି ସବୁଠୁ ବିଶ୍ୱସ୍ତ

       ସମ୍ପର୍କ ଗଢିବା ପାଇଁ

ବେଇମାନ କରି ନଥାନ୍ତି କେବେବି

       ରଖନ୍ତି ଜୀବନ ଦେଇ।

ଭୟାଳୁ ହେଲେବି ପାଖକୁ ଆସନ୍ତି

       ବିପଦେ ସାହା ହୁଅନ୍ତି

ସାଥେ ସାଥି ହୋଇ ଖେଳକୁଦ କରି

        ସଦା ସୁଖ ବାଣ୍ଟିଥାନ୍ତି।

ତାଙ୍କ ସୁରକ୍ଷାଟି    ଆମର କର୍ତ୍ତବ୍ୟ

       ବୁଝିବାକୁ ହେବ ପରା

ବସବାସ ପାଇଁ     ଗଢିବା ଜଙ୍ଗଲ

      ଲଗାଇବା ଆମେ ଚାରା।

ଜଙ୍ଗଲ ସୁରକ୍ଷା     ଜୀବନର ରକ୍ଷା

        ଏକଥା ଭୁଲିବା ନାହିଁ

ପଶୁ ପକ୍ଷୀ ଜୀବ    ଜନ୍ତୁଙ୍କ ନିମିତ୍ତ

         ବୃକ୍ଷ ରୋପିବା ଯାଇଁ।

ଆସ ଆସ ଭାଇ  ଭଉଣୀ ସରବେ

          ହୋଇବାଟି ଏକତ୍ରିତ

ଏକଏକ ଚାରା ରୋପିବା ପ୍ରତ୍ୟେକ

         ଜଙ୍ଗଲ କରିବା ଜାତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract