STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ମାତା

ମାତା

1 min
231

  ତୁମେ ଆଦି ମାତା

  ତୁମେ ସତୀ ସୀତା

  ତୁମେ ସାବିତ୍ରୀ

  ତୁମେ ଅହଲ୍ୟା

  ତୁମେ ଆଦ୍ୟାଶକ୍ତି

  ସକଳ ଜୀବଙ୍କ ଅଟ ମାତା

  ତୁମେ ଏ ସଚରାଚର ବିଶ୍ଵର

  ବିଶ୍ଵ ମାତା ।

  କିଏ ବର୍ଣ୍ଣିବ ତୁମ ମାହାତ୍ମ୍ୟତା

  କିଏ ବା ପରିକଳ୍ପନା କରିପାରିବ

  ତୁମ ମହାନତା

  ତୁମେ ମାତୃଶକ୍ତି

  ତୁମେ ଗାର୍ଗୀ, ଅପାଲା,

  କଳ୍ପନା, ଇନ୍ଦିରା, ସରୋଜିନୀଙ୍କ ପରି

  ମହିୟସୀ ମାତୃବୃନ୍ଦ

  ତୁମେ ଜ୍ଞାନୀ, ଗୁଣୀ, ବିଦୁଷୀ

  ସବୁରେ ତୁମେ ଯେ ଦେଖାଇଛ

  ତୁମ ପାରଦର୍ଶିତା

  ତଥା କାର୍ଯ୍ୟ ନିପୁଣତା

  ତୁମେ ଆମ ସଭିଙ୍କର

  ପୂଜ୍ୟା ମାତା ।

  ବୀରା ଲକ୍ଷ୍ମୀବାଈ

  ଦୁର୍ଗାବତୀ ତୁମେ

  ତୁମେ ଯେ ସୃଷ୍ଟି, ସ୍ଥିତି ଓ

  ପ୍ରଳୟର ଅଟ

  ମୂର୍ତ୍ତିମନ୍ତ ପ୍ରତୀକ

  କେ ଅବା ସମକକ୍ଷ ହୋଇପାରିବ

  ଦେଖାଇପାରିବ

  ତୁମ ଭଳି ଧୈର୍ଯ୍ୟ, 

  ସାହାସ ଓ ବୀରତା

  ତୁମେ ଏ ସୃଷ୍ଟିର ଆଶୀର୍ବାଦ

  ତୁମେ ସମ୍ଭବ, ତୁମେ ଅସମ୍ଭବ

  ଦେଖାଇଥାଅ ପ୍ରତ୍ୟେକ କ୍ଷେତ୍ରେ

  ସମତା ଓ ମମତା

  କରୁଣାର ବାରୀ ବର୍ଷି

  ସବୁଜ ସୁନ୍ଦର ଭାବେ

   ବିଶ୍ଵକୁ ଗଢି

  ସଜାଇଛ ନିଜକୁ 

  ତଥା ମାତୃ ଜାତିକୁ ବିଶ୍ଵ ମାତା

  ତୁମେ ଆମ ସଭିଙ୍କର 

  ବନ୍ଦନୀୟା ହେ ମାତା ।

  କିଏ ନ ଜାଣିଛି

  ତୁମ କର୍ମ ନୈପୁଣ୍ୟତା

  କି ଯୋଗେ ଗଢିଛି

  ତୁମକୁ ଯେ ବିଧାତା

  ତୁମେ ଧୈର୍ଯ୍ୟଶୀଳା

  ତୁମେ କାର୍ଯ୍ୟଶୀଳା

  କୋଟି କୋଟି ଜନଙ୍କ

  ତୁମେ ସୃଷ୍ଟି କାରିଣୀ

  ତୁମେ ସମଗ୍ର ବିଶ୍ଵ ପାଳିନୀ

  ତୁମ ମଧ୍ୟେ ପ୍ରତୀୟମାନ

  ହୋଇଥାନ୍ତି ବିଶ୍ଵନିୟନ୍ତା

  ଏ ବିଶ୍ଵର ଅଟ ବେଦମାତା

  ଜଗଦ୍ଧାତ୍ରୀ, ଜଗତ୍ କର୍ତ୍ତ୍ରୀ

   ତୁମେ ଏ ସଚରାଚର 

   ବିଶ୍ଵର ପ୍ରାଣ କେନ୍ଦ୍ର

   ଭବିଷ୍ୟତ ପିଢିର

   ତୁମେ ଯେ ନିର୍ମାତା

    ସୃଷ୍ଟି, ସ୍ଥିତି, ପ୍ରଳୟର

   ମୂଳମନ୍ତ୍ର ତୁମେ

   ତୁମେ ଆଦ୍ୟାଶକ୍ତି,

   ଆଦିମାତା, ବେଦମାତା

   ଏ ସଚରାଚର ବିଶ୍ଵର

   ଚିର ବନ୍ଦନୀୟା

   ଆମ ବିଶ୍ଵ ମାତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract