STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ଜନ୍ମଦାତ୍ରୀ

ଜନ୍ମଦାତ୍ରୀ

1 min
277

ତୁମେ ଶାନ୍ତି

ତୁମେ ମୈତ୍ରୀ

ତୁମେ ଗତି, ମୁକ୍ତି

ତୁମେ ପ୍ରଣୟ, ପ୍ରୀତି

ତୁମେ ହିଁ ସୃଷ୍ଟି

ତୁମେ ପ୍ରଳୟ

ତୁମେ ହିଁ ସ୍ଥିତି

ଏ ବିଶ୍ଵର ବିଶ୍ଵମାତା

ଆମ ସଭିଙ୍କ

ଅଟ ଜନ୍ମଦାତ୍ରୀ ।

ତୁମେ ଦୁର୍ଗା

ତୁମେ ଲକ୍ଷ୍ମୀ

ତୁମେ ହିଁ ସରସ୍ଵତୀ

ଶକ୍ତି, ସାମର୍ଥ୍ୟ

ଧନ, ଜ୍ଞାନ, ମାନ ଦାତ୍ରୀ

ସକଳ ଘଟର

ତୁମେ ଅଧିଷ୍ଠାତ୍ରୀ

ତୁମେ ହିଁ ସଚରାଚର

ବିଶ୍ଵର ଜନ୍ମଦାତ୍ରୀ ।

ତୁମେ ମହାମାୟା

ତୁମେ ଯୋଗମାୟା

ତୁମେ କାଳୀ

ତୁମେ ଚଣ୍ଡୀ

ତୁମେ ଚାମଣ୍ଡା

ତୁମେ ଛିନ୍ନମସ୍ତା

ତୁମେ ତାରିଣୀ

ତୁମେ ତାରାତାରିଣୀ

ତୁମେ ସମଲାଇ

ତୁମେ ହିଙ୍ଗୁଳା

ତୁମେ ଶାରଳା

ତୁମେ ବିମଳା

ତୁମେ ମା' ଜଗଧାତ୍ରୀ

ମଙ୍ଗଳମୟୀ ମା' ମଙ୍ଗଳା

ତୁମେ ଆଦ୍ୟାଶକ୍ତି, ବେଦମାତା,

ବିଦ୍ୟାଦାତ୍ରୀ, ବୁଦ୍ଧିଦାତ୍ରୀ

ମାତୃଶକ୍ତି

ତୁମେ ମହାମାୟୀ

ମାତା ଏ ଜଗତର 

ଜନ୍ମଦାତ୍ରୀ ।

ସଂକଟ ନାଶିନୀ

ଶକ୍ତିପ୍ରଦାୟିନୀ

ଗତି, ମୁକ୍ତି, ଭକ୍ତି ଦାତ୍ରୀ

ତୁମେ ସ୍ଵୟଂ ସମ୍ପୂର୍ଣ୍ଣା

ବ୍ରହ୍ମା, ବିଷ୍ଣୁ, ମହେଶ୍ବର

ଆଦିଙ୍କର ସୃଷ୍ଟିକାରିଣୀ

ସକଳ ରୂପର

ସକଳ ଶକ୍ତିର

ତୁମେ ହିଁ ସ୍ଵରୂପିଣୀ

ମମତାମୟୀ, ସ୍ନେହମୟୀ

ଜଗତ୍ ଜନନୀ

ତୁମେ ହିଁ ସକଳ 

ବିଶ୍ଵର ଅଟ ଶାନ୍ତି

ସ୍ନେହ, ଶ୍ରଦ୍ଧା, ତଥା

ପ୍ରେମର ଜନ୍ମଦାତ୍ରୀ

ସକଳ ଜୀବ ଅଟ

ତୁମ ସନ୍ତାନ ସନ୍ତତି

ତୁମେ ବିଶ୍ଵ ବିଜୟିନୀ

ତୁମେ ଜ୍ଞାନ ପ୍ରଦାୟିନୀ

କେ ବୁଝିପାରିବ ତୁମ

ଶକ୍ତି, କ୍ଷମତା ଓ ପ୍ରତିପତ୍ତି

ଆନନ୍ଦ ଦାୟିନୀ

ସୁଖ ପ୍ରଦାୟିନୀ

ଦୁଃଖ ବିନାଶିନୀ

ତୁମେ ଧରିତ୍ରୀ ମାତା ଧରଣୀ

ଏ ସୃଷ୍ଟିର ଅଟ

ବୁଦ୍ଧିମତୀ, ସିଦ୍ଧିଦାତ୍ରୀ

ଆଶିଷ ଦାତ୍ରୀ

ଶାନ୍ତି, ମୈତ୍ରୀ,ଗତି, ମୁକ୍ତିର

ତୁମେ ସୃଷ୍ଟି କର୍ତ୍ତ୍ରୀ

ଏ ସଚରାଚର

 ବିଶ୍ଵର ଜନ୍ମଦାତ୍ରୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract