STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଜନ୍ମଦିନ

ଜନ୍ମଦିନ

1 min
205


ତୁମେ ଆସ ଏକ ଉଲ୍ଲାସର ଫୁଲତୋଡ଼ା ଧରି

ପ୍ରତି ବର୍ଷ ମୋ ଜନ୍ମ ତିଥିରେ

ମୋତେ ବଧାଇ ଦେବାକୁ ନୁହେଁ

ମୋ ଧୀରେ ଧୀରେ ବୃଦ୍ଧତ୍ୱ ଆଡକୁ 

ଯାତ୍ରା କରୁଥିବାର ବାସ୍ତବିକତାକୁ ଲୁଚେଇ ଦେଇ

ମୋତେ ଭୁଲେଇ ଦେବାକୁ ଆସ

ମୋ ବୁଦ୍ଧିକୁ ଭ୍ରମିତ କରି। 


ତୁମେ ଆସ ଏକ ବୟସର ପ୍ରମାଣପତ୍ର ଧରି

ପ୍ରତିବର୍ଷ କିଛି ଉଦ୍ଦାମତା ସହ

ମୋତେ ସଜେଇ ଦେବାକୁ ନୁହେଁ

ବେଳୁବେଳ ସରି ଆସୁଥିବା

ମୋ ସୌନ୍ଦର୍ଯ୍ୟକୁ ଉପହାସ କରି

ତୁମେ ମନେମନେ ହସୁଥାଅ

ମୋ ଖୁସିରେ ଫାଟିପଡୁଥିବା ଚେହେରାକୁ ଚାହିଁ। 


ତୁମେ ଆସ ଏକ ଶୁଭେଛାର ବଗିଚାଟେ ଧରି

ପ୍ରତିବର୍ଷ କିଛି ସଂକଳ୍ପ ଧରେଇ ଦେଇ

ମୋତେ ପରଖିବାକୁ ଓ ପରୀକ୍ଷା ନେବାକୁ

ଓ ଦେଖି ଦେଖି ମୁରୁକି ହସୁଥାଅ

ମୋ ଅସଫଳତା ଓ ଖିଆଲିପଣକୁ

ମୁଁ ଯେବେ ଅବସାଦର ଅବଗୁଣ୍ଠନରେ

ଧୀରେଧିରେ ନଇଁ ପଡ଼ୁଥାଏ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract