STORYMIRROR

Ajaya kumar Jena

Tragedy

3  

Ajaya kumar Jena

Tragedy

ଉଦାସୀ ଶ୍ରାବଣରେ ବର୍ଷା

ଉଦାସୀ ଶ୍ରାବଣରେ ବର୍ଷା

1 min
164

ସେଦିନ ମେଘୁଆ ସକାଳର

ଟପ୍ ଟପ୍ ବର୍ଷାରେ......

ମୋ ହୃଦୟର ନିଃଶବ୍ଦ ଆକର୍ଷଣରୁ

ଅଙ୍କୁରିଥିଲେ ଶାଗୁଆ ଜୀବନ ମାନେ।


ବତୁରିଥିଲା ହୃଦୟର ଚୌକାନ୍ଥ 

ନୀଳାଭ ଆକାଶ ତଳେ,

ପେନ୍ଥା ପେନ୍ଥା ନୀଳ ସ୍ୱପ୍ନ ସବୁ 

ଉଙ୍କିମାରୁଥିଲେ ,

ହୃଦୟ ଝର୍କାର ଆରପାଖେ।


ମୋ ଅନୁରାଗର ଆକାଶରୁ

ଜିଦ୍ କରି ଝରିପଡିଥିଲେ 

କେଇବୁନ୍ଦା ବର୍ଷା..........

ସେ ବର୍ଷାରେ ଅଜଣା ଆତ୍ମୀୟତାର

ମହ ମହ ବାସ୍ନା..........

ଆଉ ସେ ବର୍ଷାରେ ମୁଁ ଆଲିଙ୍ଗୀ ଥିଲି

ଏକ ଅପରିକଳ୍ପିତ ଚେହେରା।


ପହିଲି ଶ୍ରାବଣର ବର୍ଷାରେ

ପ୍ରଥମ ଦେଖାର ଉତ୍ସୁକତା,

ଦୁଇ ଅଚିହ୍ନା ହୃଦୟରେ

ଅସରନ୍ତି ଉଜ୍ଜୀବିତ ଆଶା,

ମୋ ଦେହର ଝାଳ ମାନେ

ସ୍ରୋତସ୍ୱିନୀ ନଇଟିଏ ହୋଇ

ବହିଗଲେ.................. !


ଅନେକ ଆଶା ଆଉ ବିଶ୍ୱାସକୁ

ମୋ ନିଃଶ୍ୱାସରେ ବାନ୍ଧି-

ମୁଁ ପହଞ୍ଚିଥିଲି ତା' ପାଖରେ,

ଖୁବ୍ ତା' ପାଖରେ!


ମୋ ବିଶ୍ୱାସର ସଡ଼କରେ

ମୁଁ ଆଶ୍ଚର୍ଯ୍ୟାନ୍ୱିତ.......!

ଦଳେ କଥା କୁହା-

ସଜୀବମାନଙ୍କର କୋଳାହଳରେ.....,

ଓସ୍ତଗଛ ଉହାଡରେ

ଅସ୍ତଗାମୀ ସୂର୍ଯ୍ୟଙ୍କ ସହ

ସେ ଫେରିଯାଇଥିଲା......

ନିଷ୍ପେସି ଅନ୍ଧାର ମୂଲକକୁ।


ତା' ହାତରେ ରକ୍ତଭିଜା ଗୋଲାପ

ସେ ଗୋଲାପରେ କ୍ଷତାକ୍ତ ପ୍ରେମ,

ଆଉ ତା' ଲୁହଭିଜା ଡାଏରିରେ

ଅସ୍ପଷ୍ଟ ଦୁଇଟି ନାମ.....

ଆକାଶ ଆଉ ବର୍ଷା!


ଜଣେ ନିଃଷ୍ପ୍ରଭ ମିଶିଥିଲା

ଆକାଶ ଛାତିରେ....

ଆଉ ଜଣେ ଭିଜୁଥିଲା

ଉଦାସୀ ଶ୍ରାବଣର ବର୍ଷାରେ...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy