STORYMIRROR

Naliniprava Subudhi

Tragedy

3  

Naliniprava Subudhi

Tragedy

ତୁଠ ପଥର

ତୁଠ ପଥର

1 min
198


ତୁଠରେ ପଡ଼ିଛି ତୁଠ ପଥର ମୁଁ

ସହିବା ମୋହର ଧର୍ମ।

ଶୈଵାଳ ରେ ଭରା ତନୁଟା ମୋହର

ଵିହି ନିର୍ଦ୍ଦେଶିତ କର୍ମ।


ଖୋଜା ପଡ଼େ ନାହିଁ କୌଣସି କର୍ମରେ

ଦୁଃଖ ମୋର ମଜ୍ଜାଗତ।

ମହଳ ଵସନ କାଚନ୍ତି ସଭିଏଁ

ଦୁଃଖ ମୋର ଚିର ସାଥ ।


କେ ପାଦ ଘସଇ ହଳଦୀ ଲଗାଇ

ଗାଧାଏ ବାଡୁଅ କନ୍ୟା।

ଦୁଃଖ ସୁଖ ସାଥୀ ଆଦରି ନିଅଇ

ବୈଧବ୍ୟ ଦୁଃଖର ଵନ୍ଯା ।


ବୁକୁ ତଳ ବ୍ୟଥା ଅନ୍ତରର କଥା

ଗୁଣୁଗୁଣୁ ନବ ବଧୁ।

ମନର ବେଦନା କହିସେ ପାରେନାଁ,

ଆପଣା କରମ ନିନ୍ଦୁ।


ତୁଠ ପଥର ମୁଁ ପଡ଼ିଛି ପଡ଼ିବି

ଆଗାମୀ ଭବିଷ୍ୟ ଯାଏଁ।

ସବୁ ସୁଖଦୁଃଖ ମୋ ସାଥୀରେ ଯୋଖା

ନିରବତା ରଖିଥାଏ।




Rate this content
Log in

Similar oriya poem from Tragedy