ତୁମଠୁ ହିଁ ଶିଖିଛି
ତୁମଠୁ ହିଁ ଶିଖିଛି
ତୁମଠୁ ହିଁ ଶିଖିଛି,
'ଶେଫାଳୀ' ପରି ନିରବ ରହିବାର କଳା
"ପ୍ରେମରେ ପ୍ରେମାସ୍ପଦ ଯାହା କହିଲେ ବି "
ଆଉ
'କାଶତଣ୍ଡୀ' ପରି ଆତ୍ମଶୁଦ୍ଧି ରଖିବାର କଳା
"ପ୍ରେମରେ ପ୍ରେମାସ୍ପଦଠୁ ଯାହା ପାଇଲେ ବି "
ଆଉ
'ନୀଳକଇଁ' ପରି ଆତ୍ମବିଶ୍ଵାସ ରଖିବାର କଳା...
"ପ୍ରେମରେ ପ୍ରେମାସ୍ପଦର ପ୍ରାଣ ସାଜିବାକୁ "
କାହିଁକି ନା ;
ତୁମେ ମୋ ଶେଫାଳୀ
ତୁମେ ମୋ କାଶତଣ୍ଡୀ
ତୁମେ ମୋ ନୀଳକଇଁ
କେବଳ ଶରତ ମାସରେ ନୁହଁ
ବର୍ଷ ବର୍ଷ ଜନ୍ମ ଜନ୍ମ ଯୁଗ ଯୁଗ ପାଇଁ
ମୋ ଜୀବନ ଧରାରେ ।।