STORYMIRROR

Sanjaya Ananda Kumar Tripathy

Romance Classics

3  

Sanjaya Ananda Kumar Tripathy

Romance Classics

ତୁମରି ସ୍ମୃତିରେ

ତୁମରି ସ୍ମୃତିରେ

1 min
317


ତୁମକୁ ମୁଁ ଖୋଜୁଅଛି

ସହରର ପ୍ରତ୍ୟେକ ଗଳିରେ,

ସଂପର୍କର ସ୍ମୃତିରକ୍ଷା ପାଇଁ

ଚିହ୍ନଟିଏ ମିଳିବା ଆଶାରେ ।

ମିଳିଗଲେ ଚିହ୍ନଟିଏ

ପାଶେ ମୋର ସଦା ରଖିଥିବି,

ମନେ ପଡିଗଲେ ତୁମେ

ତାକୁ ଦେଖିଥିବି ।

କବି ମୁଁ ଯେ ଲେଖିବି କବିତା

ତୁମରି ସ୍ମୃତିରେ,

ସକାଳ ହେଉ ବା ସଞ୍ଜ

ଅବା ପୁଣି ନିଶବ୍ଦ ରାତିରେ ।

ମୋ କବିତା ଯଦି କେବେ

ତୁମେ ପଢିବ, ଶୁଣିବ,

ପ୍ରେମ ମୋର କେତେ ଯେ ପବିତ୍ର

ନିଶ୍ଚୟ ଜାଣିବ ।

ପ୍ରେମ କରେ ସିଏ ଜାଣେ

ସେ ଅବୁଝା ଭାଷା,

ତ୍ୟାଗ ହିଁ ଶିଖାଏ ପ୍ରେମ

ଛାଡି କିଛି ପାଇବାର ଆଶା ।

ମୁଁ ତୁମକୁ ଦେଖୁଅଛି

ପ୍ରତି ରାତି ସପନରେ,

ତୁମେ ବି ଦେଖୁଛ ସାଥୀ

ଅପଲକ ନୟନରେ ।

ଗ୍ରୀଷ୍ମର ତାତିଲା ଖରାରେ

ମୁଁ ଏକ ତୃଷାର୍ତ୍ତ ପଥିକ,

କିନ୍ତୁ ପାଣି ନୁହେଁ 

ମୋତେ ଲୋଡ଼ା ତୁମରି ସନ୍ତକ ।



Rate this content
Log in

Similar oriya poem from Romance