Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

pravasini Senapati

Romance

4  

pravasini Senapati

Romance

ତୁମରି ପ୍ରେମରେ.......

ତୁମରି ପ୍ରେମରେ.......

1 min
245


ମରୁ ମରୀଚିକା ମନ ଉପବନେ

 ଭରିଛ ଲକ୍ଷେ ଫଗୁଣ 

ମାଗିଥିଲି ଟିକେ ଖୁସିର ଝଲକ 

ଦେଇଛ ସୁଖ ଦ୍ୱିଗୁଣ । 

ସିମନ୍ତରେ ମୋର ଭରିଛ ସିନ୍ଦୁର 

ହୃଦୟେ ଭରିଛ ପ୍ରେମ 

ତୁମ ଏ ପ୍ରେମକୁ ପାଇବାର ଲାଗି 

ନେବି ମୁଁ ଶହେ ଜନମ ।

 ହାତେ ପିନ୍ଧାଇଛ ନାଲି ଶଙ୍ଖା ଚୁଡ଼ି 

ସଜାଇଛ ତୁମ ବଧୂ 

ପାଟ ଶାଢ଼ୀ ପିନ୍ଧି ଓଢଣା ଫାଙ୍କରୁ

 ହସ ଝରେ ମଧୁ ମଧୁ । 

ତୁମ ସେ ସ୍ପର୍ଶରେ ଏତେ ମାଦକତା 

ଆଖିରେ ପ୍ରେମର ଭାଷା 

ହୃଦୟ ନୁହେଁ ସେ ମଧୁର ଭଣ୍ଡାର

 କଥା ତୁମ ମଧୁବର୍ଷା । 

ତୁମେ ପାଶେ ଥିଲେ ସବୁ ଭଲ ଲାଗେ 

ଖୁସିରେ କଟେ ମୋ ଦିନ 

ବାହୁ ବନ୍ଧନରେ ବାନ୍ଧି ରଖିଥିବ 

ଏଇମିତି ଚିର ଦିନ । 

ମୁଁ ତୁମ ପ୍ରେୟସୀ ପ୍ରେମର ପିଆସି

 ତୁମେ ମୋର ପ୍ରିୟତମ 

ଚାନ୍ଦ ଚକୋରିଙ୍କ ପ୍ରେମ କାହାଣୀଠୁ 

ଗଭୀର ଆମରି ପ୍ରେମ ।

 କଥା ଦେଉ ଅଛି ଏ ଜନମ ନୁହେଁ 

ସାଥି ସବୁ ଜନମରେ ..... 

ସଜାଇ ରଖିବି ତୁମରି ପ୍ରେମକୁ 

ମୋର ଏଇ ହୃଦୟରେ ।।


Rate this content
Log in