STORYMIRROR

pranati Mahapatra

Tragedy

4  

pranati Mahapatra

Tragedy

ତୁମରି ଭଳି ମୁଁ ଜୀବଟିଏ

ତୁମରି ଭଳି ମୁଁ ଜୀବଟିଏ

1 min
345


ସଜୀବ ପୁଣି ଚଳଚଞ୍ଚଳ ନୁହେଁ

ଗଛଟିଏ ମୁଁ ଗଛଟିଏ,

ତୁମଭଳି ମୁଁ ଜୀବଟିଏ,

ତୁମ ଅଗଣାରେ ବଢୁଥାଏ,

ସବୁ ଦେଖୁଥାଏ ସବୁ ଶୁଣୁଥାଏ

ସବୁ ଜାଣି ମୁରୁକି ହସୁଥାଏ।

ଗଛଟିଏ...

କେତେବେଳେ ବଣଜଙ୍ଗଲେ ଥାଏ,

ପୁଣି ବାଡିବଗିଚାରେ ମୁଁ ଥାଏ,

ନଣ୍ଡା ପାହାଡର ଶୋଭା ବଢାଏ ମୁଁ

କିଏ କେଉଁଠି ମୋତେ ରଖୁଥାଏ,

ଦିଏ ଫୁଲ ଫଳ ପୁଣି ଅମ୍ଳଜାନ

ହେଲେ ଏ ମଣିଷ ଦାଉ ସାଧୁଥାଏ।

ଗଛଟିଏ...

ମୋ ପାଇଁ ମଣିଷ ତା ଘର କରଇ

ଆସବାବପତ୍ର ମୋ ପାଇଁ ସଜାଏ

ବାୟୁ ପ୍ରଦୂଷଣ କରେ ନିୟନ୍ତ୍ରଣ

ବିଶ୍ଵକୁ ରଖଇ ସର୍ବଦା ଶୀତଳ,

ଋତୁଚକ୍ର ନିତି ନିୟମରେ ହୁଏ

ମୋ ବରଷା ଋତୁ ଆସିଥାଏ

ସଦା ମଣିଷର ସୁଖଶାନ୍ତି ପାଇଁ

ମୋ ଜୀବନ ମୁଁ ବଳିଦିଏ।

ଗଛଟିଏ...

ନ ବୁଝି ମଣିଷ ବଂଶ କରେ ନାଶ

ବିଶ୍ଵ ତାପମାତ୍ରା ବଢି ବଢ଼ି ଚାଲେ

ବର୍ଷା ନ ହୁଅଇ ବରଷା ଋତୁରେ 

ଚାଷୀଭାଇ କରି ନ ପାରଇ ଚାଷ

ଦାଦନ ଖଟନ୍ତି ଯାଇ ପରବାସ

ଅମ୍ଳଜାନ ଧୀରେ ଧୀରେ ହୁଏ ହ୍ରାସ

କେମିତି କରିବା ଏ ଧରାରେ ବାସ।

ସେ କଥା ସର୍ବଦା ମୁଁ ଭାଳୁଥାଏ।

ଗଛଟିଏ...

ମୋ ଦେହରେ କେତେ ପକ୍ଷୀଙ୍କର ବାସ,

କାହିଁ କେଉଁ କାଳୁ ଡାକେ ଏଠି ଆସ,

ଏବେ ମୋ ନିଜ ରକ୍ଷଣ ଅସମ୍ଭବ 

ନୃଶଂସ ମଣିଷ କେମିତି ବୁଝିବ

ଡୋଡୋ ନାମେ ଗୋଟିଏ ପକ୍ଷୀ ଥିଲା

ସନ୍ତାନ ପରି ଏ ନୟନ ଦେଖୁଥିଲା

ଆଜି ସିଏ ନାହିଁ ତା ବଂଶ ତାର ଲୋପ,

ନୟନୁ ବହଇ ତା ପାଇଁ ଲୋତକ,

ସେ ସିନା ଗଲା ମୋ ବଂଶ ବି ଯିବ,

ତଥାପି ମଣିଷ ବୁଝି ନ ପାରିବ।

ବୁଝିଲା ବେଳକୁ କିଛି ହିଁ ନଥିବ

ନିଜ ବିନାଶକୁ ଆମନ୍ତ୍ରଣ କରେ।

ଗଛଟିଏ ମୁଁ ଗଛଟିଏ।

ତୁମରି ଭଳି ମୁଁ ଜୀବଟିଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy