STORYMIRROR

Sukadev Mahanta

Romance Tragedy

4  

Sukadev Mahanta

Romance Tragedy

ତୁମର ବିରହେ

ତୁମର ବିରହେ

1 min
256

ତୁମେ ଗଲା ପରେ ପରେ   ମୋର ମନବଗିଚାରେ 

  ଗୋଲାପ ମୁଖରୁ ହସ ଯାଇଛି ଲିଭି

ମଲ୍ଲୀ ଫୁଲର ବାସନା    ରଜନୀ ଗନ୍ଧା ସୁଗନ୍ଧ   

   ମନ୍ଦାର ବଉଳ ଚମ୍ପା ହୃତ ସୁରଭି  

   ହେନା ହୋଇଛି ବାସହୀନା  

  ମନ ଆକାଶେ ଜହ୍ନର ନାହିଁ ଜୋଛନା ।


ସୂରୁଯମୁଖୀ ସୁଷମା    ମନ ମୋହୁନାହିଁ ଜମା

    ଆମ୍ବ ଗଛରେ କୋକିଳ ଗାଉନି ଗୀତ

ପ୍ରଜାପତି ଉଡୁନାହିଁ   ଭ୍ରମର ଭ୍ରମେ ପଡିଛି

   ମଧୁମକ୍ଷୀ ଗୁଣୁ ଗୁଣୁ ଗାଉନି ଗୀତ

    କଇଁଫୁଲ ମୁହଁ ଲୁଚାଇ

  ସକ ସକ ହୋଇ କାନ୍ଦେ ବିରହ ପାଇଁ ।


ଜିନିଆ ସୁଗନ୍ଧରାଜ     ସୁଗନ୍ଧ ସୁଷମା ଆଜ

   ହରାଇ ହୋଇଛି ଦୁଃଖରେ ମ୍ରିୟମାଣ

 ମନ ଆକାଶରେ ମୋର   ରୁସି ବସିଛି ଭାସ୍କର

    ପଙ୍କଜ ସରସୀ ଜଳେ ଲଭେ କଷଣ

     ପବନ ବଜାଉନି ବୀଣା

   ବଉଦର ଢୋଲ ଶବ୍ଦ ଆଉ ଶୁଭେନା ।


ମନ ଆକାଶରେ ମୋର   ଚାରିଆଡେ ହାହାକାର 

    କେଉଁଠି ଦୁଃଖେ ଲୁଚିଛି ମେଘ ମହ୍ଲାର

ଦୃଶ୍ୟ ଖାଲି ବେଦନାର   ବିରହ ଦାବାନଳ

   ସବୁଠାରେ ଶୂନ୍ୟସ୍ଥାନଦିଶେ ତୁମର

   ତୁମ କଥା ଭୁଲିପାରିନି

ଶୋକରେ ବିଜୁଳୀ ରଚୁନାହିଁ ରୋଷଣୀ ।


ତୁମର ବିରହେ ମୋର     ଶୂନ୍ୟସ୍ଥାନ ହୃଦୟର

      ଅଶରୀରୀ ଆସି କରେ ନିତ୍ୟ ଚିତ୍କାର

ଫଗୁଣ ମଳୟହୀନ    ବଉଳ ବି ବାସହୀନ

    ରଙ୍ଗହୀନ ଲାଗେ ମୋତେ ଫଗୁ ଅବିର

      ଦିନ ତପ୍ତ ମରୁ ବାଲୁକା

  ରାତିର ଯାତନା ସହେ ବସି ମୁଁ ଏକା ।


ତୁମ ସ୍ମୃତି ଆସି ମନେ     ଶୟନେ କି ଜାଗରଣେ

     ହୂତାଶନ ପ୍ରାୟେ ହୃଦେ କରେ ଦହନ

କ୍ରୋଧିତ ଭୂଜଙ୍ଗ ପରି    ହୃଦକୁ ଦଂଶନ କରି

      କ୍ଷତାକ୍ତ କରଇ ହୃଦେ ଦିଏ କଷଣ

      ତୁମ ସ୍ମୃତିର ନୀଳ ଜହ୍ନ

   ବିରହେ ମନ ଗଗନେ ଦିଏ ଦର୍ଶନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance