Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଇଂ ଶୁଭ୍ରାଂଶୁ କୁମାର ବେହେରା

Romance Fantasy

3  

ଇଂ ଶୁଭ୍ରାଂଶୁ କୁମାର ବେହେରା

Romance Fantasy

ତୁମକୁ ମୁଁ କରିବି ଅପେକ୍ଷା

ତୁମକୁ ମୁଁ କରିବି ଅପେକ୍ଷା

1 min
175


ତୁମକୁ ମୁଁ କରିବି ଅପେକ୍ଷା 

ଅଗଣିତ ବର୍ଷ ମାସ ଧରି,

ତୁମକୁ ମୁଁ କରିବି ଅପେକ୍ଷା ।

ଏ ମନର କାନଭାସରେ ଆଙ୍କୁଥିବି ଚିତ୍ରପଟ,

ତୁମକୁ ମୁଁ କରିବି ଅପେକ୍ଷା ।

ସାଗର ବାଲିରେ ଗଢୁଥିବି

ଲହରୀରେ ଧୋଇ ଯାଉ,

ଗୋଲାପରେ ଲେଖୁଥିବି

କାକରରେ ଭିଜି ଯାଉ,

ତେବେ ଭସା ବାଦଲ ପରି ଭାସି ଯାଇ

ଯଦି କରିବ ନିରାଶା,

ମୋର କିଛି କରିବାର ନାହିଁ,

ହେଲେ ତୁମକୁ ମୁଁ କରିବି ଅପେକ୍ଷା ।

ସପନ ମୁଁ ଦେଖୁଥିବି

ସମୟଟା ଭାଙ୍ଗି ଦେଉ,

ହୃଦୟରେ ରଖିଥିବି

କଷ୍ଟ ଯେତେ ମିଳୁଥାଉ,

ତେବେ ତୁମ ସହ ବଞ୍ଚିବାକୁ ମୋର ଆଶା

ଯଦି କରିବ ନିରାଶା,

ମୋର କିଛି କରିବାର ନାହିଁ,

ହେଲେ ତୁମକୁ ମୁଁ କରିବି ଅପେକ୍ଷା ।             


Rate this content
Log in

Similar oriya poem from Romance