STORYMIRROR

JitendraNath Gahir

Romance

3  

JitendraNath Gahir

Romance

ତୁମେ

ତୁମେ

1 min
13.8K


ବସନ୍ତ ଋତୁର ବାସନ୍ତୀ ଗୋ ତୁମେ

ଧରା ଶ୍ରାବଣର ତୁମେ ଶ୍ରାବଣୀ

ପୂର୍ଣ୍ଣମୀ ରାତିର ଚାନ୍ଦିନୀ ଗୋ ତୁମେ

ମଧୁ ଝରା ତୁମ ଚାହାଣି ।1

ପ୍ରେମିକାରେ ତୁମେ କୃଷ୍ଣ ପ୍ରାଣ ରାଧା

କୋଇଲିର ତୁମେ କାକଳି

ସଂଗୀତ ରାଣୀର ମୂର୍ଛନା ଗୋ ତୁମେ

ଲଗନରେ ପ୍ରିୟେ ଗୋଧୂଳି ।2

ପୁଷ୍ପରେ ତୁମେ ପାରିଜାତ ସମ

ନଈରେ ତୁମେ ଜାହ୍ନବୀ

ନର୍ତ୍ତକୀରେ ତୁମେ ଉର୍ବଶୀଠୁ ବଳି

ରାଗରେ ଗୋ ତୁମେ ପୁରବୀ ।3

ବିଦଗ୍ଧ କବିର ନାୟିକା ଗୋ ତୁମେ

ଦଗ୍ଧ ହୃଦୟର ସ୍ପନ୍ଦନ

ପାହାଡ ଛାତିର ଅଳସି କନ୍ୟା ଗୋ

ଅଫେରା ରାତିର ସପନ

ତୁମେ ଅଫେରା ରାତିର ସପନ ।4

ଜିତେନ୍ଦ୍ର ନାଥ ଗହିର

ଢଙ୍କସର, ନୂଆପଡ଼ା

9668873737


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Romance