STORYMIRROR

sudhakar sethi

Romance

4.0  

sudhakar sethi

Romance

ତୁମେ

ତୁମେ

1 min
11.9K


ଆଜି ପରା ଶିବରାତ୍ରୀ

〰〰〰〰〰

ଓଁ ନମଃ ଶିବାୟ ଓଁ ନମଃ ଶିବାୟ

ଶୁଭୁଛି ଗଗନ ପବନ

ବାବାଙ୍କ ଶରଣେ ଆଶ୍ରିତ ସର୍ବେ

 ଚାଲିଛି ଶଙ୍କର ପୂଜନ


ବରଷକେ ଥରେ ଆସେ ଏ ରଜନୀ

ସେତ ବହୁ ପ୍ରତିକ୍ଷିତ  

ଉଜାଗରେ ରହି ଜାଳନ୍ତି ପ୍ରଦୀପ 

ମନାସନ୍ତି ସର୍ବ ସୁଖ


ଶଙ୍କର ସହ ମା ଭବାନୀ 

ବିଜେ ହୁଅନ୍ତି ଆସ୍ଥାନେ 

ଘଣ୍ଟ ଘଣ୍ଟା ମୃଦଙ୍ଗ ତାଳରେ

ପୂଜନ୍ତି  ସ

କଳ ଜନେ


ଗୟସ ଦୁଦୁରା ଚମ୍ପା କେତକୀରେ 

ଶୋହେ ବବାଙ୍କ ଚରଣ

ମସ୍ତକରେ ଚନ୍ଦ୍ର କିସୁନ୍ଦର ଦିଶେ 

ଭକତ ଦର୍ଶନେ ଧନ୍ୟ


ଶୈବ ପିଠ ସବୁ ଭିଡ ଜମିଲାଣି

ଉଛର କରନା ଗୋରୀ 

ପୂଜିଯିବା ଚାଲ ଶଙ୍କରଭବାନୀ 

ମନ ଉଚ୍ଛନ୍ନ ହେଲାଣି ।


          ❤

     ସୁଧାକର ସେଠୀ

ଜମ୍ବେଶ୍ବରପୁର,ବାଲେଶ୍ବର

    ୯୩୩୭୬୮୧୫୨୪



Rate this content
Log in

Similar oriya poem from Romance