STORYMIRROR

GAGAN KUMAR DASH

Romance

4  

GAGAN KUMAR DASH

Romance

ତୁମେ ଯେବେ ଅଛ

ତୁମେ ଯେବେ ଅଛ

1 min
229


ସକାଳର ବାସ୍ନାଭରା ଫୁଲ

ରାତ୍ରିରେ ମହକୁ ଥିବା ରଜନୀଗନ୍ଧା

ଦି ପହରର ବସନ୍ତ ଖରାରେ

ମିଠା ମିଠା ସ୍ମୃତି ଆଣେ

ମନରେ ମନରେ

ଶିହରଣ ପ୍ରତିଟି ଅଙ୍ଗରେ ଅଙ୍ଗରେ ।


ମୋ ବଳିଷ୍ଠ ସମ୍ମୋହନ

ନିର୍ଭିକ କରେ ମତେ

ପଥର ଭଲି ଟାଣ ହୋଇଯାଏ

ସୁଖରେ ଦୁଃଖରେ

ବିଶ୍ବାସର ପାହାଡ ଶିଖରେ ।


ଅନ୍ଧକାର ରାତିରେ ଡରେନି

ପାର୍କର ଭଙ୍ଗା ଛତୁ ଫୁଟା

ବେଞ୍ଚ ମଧ୍ୟ ଝୁରେନି

ମୋ ବାଡି ଅଗଣାରେ ଥିବା

ଗୋଲାପ ଗଛ ବି ଖୋଜେ ନି

ଡାମରା କାଉଟା

ଛାତ ଉପରେ ବସି

କା କା ଶଦ୍ଦ ବି କରୁ ନି ।


ତୁମେ ଥାଅ ବା ନ ଥାଅ

ସମସ୍ତେ ଭାବନ୍ତି

ତୁମେ ଅଛ ମୋ ନିକଟରେ

ତୁମେ ଅଛ ମୋ ଭାବନାରେ

ତୁମେ ଅଛ ମୋ ଅନ୍ତରରେ

ଟିକିଏ ବିଶ୍ବାସ

ତୁମ ଓ ମୋ ସମ୍ପର୍କ ଭିତରେ ।


ଆମର ସମ୍ପର୍କର ଢେ଼ଉରେ

ଏ ପ୍ରକୃତି ହସି ଉଠେ

ସ୍ମୃତିର ପେନ୍ଥା ପେନ୍ଥା ଫୁଲେ

ଡରିବା କାହାକୁ

ତୁମେ ଯେବେ ଅଛ 

ମୋର ସାଥେ

ଆସ ପ୍ରିୟତମା

ମିଶିଯିବା ଆମେ ଦୁହେଁ

ଖିର ନୀର ସମ୍ପର୍କ ଭିତରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance