ତୁମେ ସୂର୍ଯ୍ୟ
ତୁମେ ସୂର୍ଯ୍ୟ
ତୁମେ ସୂର୍ଯ୍ୟ...
ମୁଁ ତୁମକୁ ଚାହିଁ ଫୁଟି ଉଠୁଥିବା
ପୁୁୁୁୁଷ୍କରିଣୀର ପୁଷ୍କରଟିିଏ ।
ତୁମେ ସୂର୍ଯ୍ୟ ...
ମୁଁ ତୁୁୁମ ଉଷ୍ମତା ପାଇ
ଚଳଚଞ୍ଚଳ ଧରଣୀଟିଏ।
ତୁମେ ସୂର୍ଯ୍ୟ ..
ମୁଁ ତୁୁୁମ କିରଣରେ
ଜୀଇଁ ଉଠିଥିବା ସୂୂକ୍ଷ୍ମ ପାଦପଟିିଏ ।
କୁମୁଦିନୀର ସରସ ପାଖୁଡା ଭଳି
ଅନାଇ ରହେ ତୁମ ଉଦୟକୁ,
ଚାତକୀ ପ୍ରଶ୍ନ- ମୋ ଜୀବନ ଆକାଶେ କେବେ ତୁୁମେ ଉଇଁବ?
କେବେ ମୋ ସୀମନ୍ତ ଚୁମି ମୋତେ ନିଦ୍ରାରୁୁ ଉଠାଇବ?
ଚାହିଁ ରହୁଥାଇ ତୁମ କିରଣ ଆଶାକୁ ନେଇ,
କେବେ ଏ ଦେହରେ ବାଜିବ?
କେବେ ଖୁସିର ଶାଖା ଏ ମେଲିିବ?
ତୁମକୁ ଚାହିଁ ରହୁଥିବା ସୂର୍ଯ୍ୟମୁୁୁଖୀ ସାଜି
ପ୍ରଣୟ ଭରା ଚାହାଣୀରେ ଦେଖୁଥିିିବି,
ଏ ରାତ୍ରୀ ଅମା ଅନ୍ଧକାରରେ,
ମୋର ସବୁ ବିଷାଦର ଛାୟାରେ ବି
ତୁୁୁମ କଥା ହିଁଁ ଭାବୁ ଥିବି।
କାରଣ; ତୁମ ଭାବନା ବି
ମୋତେ ବଞ୍ଚିବାକୁ ଆଧାର ଦିଏ,
ତୁମେ ସୂର୍ଯ୍ୟ ...
ମୁଁ ତ ଘାସ ଉପରେ ପଡିଥିବା ଛୋଟ କାକରଟିଏ।