STORYMIRROR

Sunanda Mohanty

Abstract Inspirational Others

3  

Sunanda Mohanty

Abstract Inspirational Others

ଷଡଯନ୍ତ୍ର

ଷଡଯନ୍ତ୍ର

1 min
164


ଅନ୍ୟକୁ ଗାତରେ ପକାଏ ଯିଏ 

ନିଜେ ହିଁ ପଡିଥାଏ ସେ ଗାତରେ ସିଏ 

ଷଡଯନ୍ତ୍ର କରି କିଏ ସର୍ବୋଚ୍ଚ ନ୍ୟାୟଦଣ୍ଡରୁ 

ପାରି ହୋଇନି ଏଯାଏଁ 

ଅନ୍ୟର କ୍ଷତି କରିବାକୁ ମନ ଯାର ଭାବୁଥାଏ 

ନିଜର ଅଧୋଗତି ନିଶ୍ଚୟ ହୁଏ 

ଆମ ସଂସ୍କୃତିର ମହାଭାରତ ରାମାୟଣ 

ଶିଖାଏ ଏହିକଥା ପୁଣ 

ଯାହାକୁ ଯାହା ବାଟରେ ଯିବାକୁ ଦିଅ 

ଫଳ ଦେବେ ଭଗବାନ ନହୁଅ ଅଥୟ 

ମଣିଷ ଦି ଦିନ ର କୁଣିଆ ହୋଇ 

ଷଡଯନ୍ତ୍ର କଲେ କିବା ଲାଭ ପାଇ ଥାଇ 

ଚଳଚିତ୍ର ଗଳ୍ପ କାହାଣୀ ଉପନ୍ୟାସ ପଢି 

ଯିବା ନିଜ ଆଚରଣ ଉଚ୍ଚାରଣ କୁ ସଜାଡି 

ଅନ୍ୟ ପାଇଁ ଗାତ ନଖୋଳି ନିଜ କର୍ତ୍ତବ୍ୟ 

ସୁଚାରୁ ସମ୍ପାଦନା କରି 

ନଶ୍ୱର ଦେହ ଇଶ୍ୱର ନେବେ ଏହି କଥା ସଦା ସ୍ମରି 

ଷଡଯନ୍ତ୍ର ସୃଜନୀ ବାଧକ 

ମଲାପରେ ଗାଳି ବର୍ଷଣ ଅନେକ 

କଣ ଲାଭ ଅନ୍ୟର କ୍ଷତି କରି 

ବରଂ ମମତା ସଦ୍ଭାବ ପ୍ରେମର ଫଲଗୁ ଝରାଇ 

କର୍ତ୍ତବ୍ୟ କର୍ମ କରି ଯଶ ରଖି କରି l


Rate this content
Log in

Similar oriya poem from Abstract