STORYMIRROR

Lilabati Padhi

Abstract

3  

Lilabati Padhi

Abstract

ନୂଆଁ ବର୍ଷର ଅନୁଭୂତି

ନୂଆଁ ବର୍ଷର ଅନୁଭୂତି

1 min
194

ହେ ଦୁଇହଜାର ଅକୋଇଶି ଆଜିପରି ଦିନଟିଏ ଥିଲା

ମୁଁ ତୁମକୁ ଅସରନ୍ତି ଆଶାନେଇ

ସ୍ୱାଗତ କରିଥିଲି..............

ଦାଣ୍ଡ ଦୁଆରେ ମୁଁ ଆଙ୍କିଥିଲି ତୁମ ଆଗମନର ରଙ୍ଗୋଲି

ବହୁତ ଆବେଗ ଉଦ୍ଦୀପନା ଭରିଥିଲା ମନରେ.......

ବନ୍ଧୁଙ୍କ ଗହଳରେ ରଚିଥିଲି ତୁମ ସ୍ୱାଗତ ଆସର

ତୁମ ଆଗମନରେ ନୂଆକିଛି ପାଇବାର ଆଶାରେ

ପୂର୍ବରାତ୍ରିରୁ ପ୍ରସ୍ତୁତ ମୁଁ ଥିଲି.....

କିନ୍ତୁ....... କିନ୍ତୁ............ କିନ୍ତୁ...........

କଣ କରିଦେଇଗଲ ତୁମେ

ଆଶା ଓ ବିଶ୍ୱାସକୁ ଧୂଳିସାତ କରିଦେଲ

ଗୋଟିଏ ଅଦୃଶ୍ୟ ଭାଇରସ ଆଗରେ ହାରିଗଲ ତୁମେ

କାହାକୁ କଲ ମାତୃପିତୃ ହରା ତ

କିଏହେଲା ପୁଣି କୋଳ ଶୂନ୍ୟ

କୋଉ ସଧବାର ରଙ୍ଗ ସବୁଦିନ ପାଇଁ ଧୋଇନେଲ ତୁମେ

ତ ପୁଣି କାହା ସଂସାର ପାଲଟିଗଲା ମରୁଭୂମିରେ......

ଚାରିଆଡେ ହାହାକାର ଆର୍ତ୍ତନାଦର ସ୍ୱର

ଖଟିଖିଆଟିଏ ନିଜ ଜୀବିକା ହରାଇ

ଭୋକର ଜ୍ୱାଳାରେ ଜର୍ଜରିତ........

ତୁମର ପ୍ରତିଟି ପୃଷ୍ଠାରେ ଲେଖିଦେଲ ଲୁହ କୋହ ଯନ୍ତ୍ରଣାର ସ୍ୱର

ଆକସ୍ମିକ ସ୍ମୁତି ଅନୁଭୂତି ଦେଇଗଲ ତୁମେ....

ଆଜି ପୁଣି ଗୋଟେ ନୂଆବର୍ଷ ଦୁଇହଜାର ବାଇଶି

କେମିତି ଗ୍ରହଣ କରିବି ତୁମକୁ

କେବଳ ପ୍ରାର୍ଥନା କରିବି କୋଟି ଓଡ଼ିଆର ଠାକୁର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ..........

ମାନବଜାତିରୁ ଅପସରିଯାଉ କ୍ରୋଧ, ହିଂସା, ଆଉ ଘୃଣା

ସମସ୍ତଙ୍କ ହୃଦୟରେ ଜାଗ୍ରତ ହେଉ ଭାତୃପ୍ରେମ

ଭୁଶୁଡିଯାଉ ସବୁ ବୃଦ୍ଧାଶ୍ରମ....

ପୂର୍ଣ୍ଣତା ଲାଭକରୁ ପ୍ରତିଟି କୁଟୁମ୍ବ

ନିର୍ଭୟ ରେ ବୁଲନ୍ତୁ ନିରୀହ ଜୀବଜନ୍ତୁ ସବୁ

ନାରୀଜାତି ପୂଜାପାଉ ପତ୍ୟେକ ହୃଦୟରେ...

କୋଡିଏ ଓ ଅକୋଇଶି ଦେଇଯାଇଥିବା କ୍ଷତକୁ ବାଇଶି

କୋମଳ ଛୁଆଁରେ ପୂର୍ଣ୍ଣ କରୁ.....।



Rate this content
Log in

Similar oriya poem from Abstract