Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Romance

4  

Rabindra kumar Sahoo

Abstract Romance

ତୁମେ ରୂପବତୀ

ତୁମେ ରୂପବତୀ

1 min
233


 

ତୁମେ ରୂପବତୀ ତୁମେ ଗୁଣବତୀ

ତୁମେ ମୋ ଜୀବନର ଅଭୁଲା ସ୍ମୃତି

ତୁମେ ରସବତୀ ରଙ୍ଗବତୀ

ତୁମେ ମୋ ହୃଦୟ ବୀଣାର ଅଟ ତନ୍ତ୍ରୀ ।

 

ମଧୁଶଯ୍ୟାର ତୁମେ ମଧୁମତୀ

ତୁମେ ମୋ ଜୀବନ

ମୋ ସଂସ୍କାର ମୋ ସଂସ୍କୃତି

ପ୍ରେରଣା ର ଉତ୍ସ ତୁମେ

ତୁମେ ଲାଜକୁଳୀ ପରି ଲାଜବତୀ ।

 

ସପନେ ଗୋପନେ ଭାବିଥିଲି

ତୁମକୁ କରିବାକୁ ଜୀବନ ସଙ୍ଗିନୀ

ତୁମେ ମୋ ପ୍ରେମ ସୁହାଗିନୀ

ମୋ ଭାବନା ରାଜ୍ୟର

ତୁମେ ଥିଲ ରାଜ ତରଙ୍ଗିଣୀ

ମୋ ସ୍ଵପ୍ନ ର ସ୍ଵପ୍ନ ବିଳାସିନୀ ।

 

ତୁମେ ଚନ୍ଦ୍ରାଲୋକର ଚନ୍ଦ୍ରାବତୀ

କେ ଖୁଣିବ କୁହ ତୁମ ରୂପ କାନ୍ତି

କେଉଁ ରୂପକାର ଗଢିଲା

କୁହ ଗୋ ତୁମକୁ

କରି ଏତେ ରୂପବତୀ

ତୁମ ଠାରେ ସତେ

ଠୁଳ କି ହୋଇଛି ମୋହିନୀ ଶକ୍ତି

ସେ ପାଇଁ କି ତୁମେ

ମୋ ପାଇଁ ଆଣିପାରିଥାନ୍ତ

ସ୍ନେହ,ପ୍ରେମ, ଶାନ୍ତି, ମୁକ୍ତି, ମୈତ୍ରୀ

ସତେ କେତେ

ତୁମେ ରୂପବତୀ ଗୁଣବତୀ ?

 

ତବ ପ୍ରେମ ସ୍ପର୍ଶେ ଜୀଇଁ ଥାନ୍ତି ହର୍ଷେ

ଏ ମନ ଏ ହୃଦୟ ତୁମକୁ

ଏବେ ବି ଝୁରୁଛନ୍ତି ପ୍ରିୟା ଝୁରୁଛନ୍ତି

ହେ ସୁନ୍ଦରୀ ହେ ଅପସରୀ

ମୋ ହହୃଦୟରୁ ଏବେ ବି

ତୁମେ ଯାଇ ନାହଁ ଅପସରି

ତୁମେ ନାନା ଛନ୍ଦ

ନାନା ଠାଣିରେ ପରା ଥିଲ

ମୋ ନୃତ୍ୟାଙ୍ଗନା ନୃତ୍ୟ ବତୀ

ତୁମେ ମୋ ପାଇଁ ଥିଲ ଅଛ

ହୋଇ ମୋ ହୃଦୟେ

ସତୀ ସୀତା ଓ ସାବିତ୍ରୀ

ବୁଝି ମୁଁ ପାରିନି ପ୍ରେମ ର ରଙ୍ଗ

ହେଲେ ବୁଝିଥିଲା ବୁଝିଛି

ତୁମ ମୋ ମଧ୍ୟେ ଥିବା ପ୍ରୀତି

ସତେ ତୁମେ କେତେ

ରୂପବତୀ କେତେ ଗୁଣବତୀ ।

 

 



Rate this content
Log in

Similar oriya poem from Abstract