Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Nayak

Romance Tragedy Others

3  

Santosh Kumar Nayak

Romance Tragedy Others

ତୁମେ ଓ ମୁଁ

ତୁମେ ଓ ମୁଁ

1 min
11.9K


👩ତୁମେ ଓ ମୁଁ👦


ତୁମେ ବିରହିଣୀ କାବ୍ୟନାୟିକା

ମୁଁ ଅଜଣା ଅଶୁଣା ଲେଖକ,

ତୁମେ ଛଳନା ରାଇଜ ସୁନ୍ଦରୀ

ମୁଁ ନିରୀହ ପାଗଳ ପ୍ରେମିକ ।

ତୁମେ ନୀଳ ସରୋବର କମଳ

ମୁଁ ବାସରେ ଭ୍ରମିତ ଭଅଁର,

ତୁମେ ପ୍ରଳୟକାରିଣୀ ସରିତା

ମୁଁ ଅଲୋଡା ତୁଠର ପଥର ।

ତୁମେ ନିଦାଘ ପ୍ରଖର କିରଣ

ମୁଁ ପୁଙ୍ଗୁଳା ପାଦର ପଥିକ,

ତୁମେ ଶୀତୁଆ ସକାଳ ପବନ

ମୁଁ ଲଙ୍ଗଳା ଭିକାରୀ ବାଳକ ।

ତୁମେ ପରାଜିତ ରାଜକୁମାରୀ

ମୁଁ ଜୀବନ ଯୁଦ୍ଧର ସୈନିକ,

ତୁମେ ନିଷ୍ଠୁର ବିଦେଶୀ ଶାସିକା

ମୁଁ ସାହସୀ ଓଡିଆ ପାଇକ ।

ତୁମେ ଅନେଶତ ମହାବତାସ

ମୁଁ ଧ୍ବସ୍ତ ବିଧ୍ବସ୍ତ ସହର,

ତୁମେ ବାନ୍ଧବୀ ନାମରେ ବଇରୀ

ମୁଁ ପିଇଛି ବିଶ୍ବାସେ ଜହର ।


Rate this content
Log in

Similar oriya poem from Romance