Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Samar Ballav Bhoi

Romance Inspirational

3  

Samar Ballav Bhoi

Romance Inspirational

ତୁମେ ଓ ମୁଁ

ତୁମେ ଓ ମୁଁ

1 min
189


ଟିକେ ଅଟକିଲେ 

ମନେ ହୁଏ କିଛି କହିବାକୁ

ଟିକେ ଚାଲିଲେ 

ମନେ ହୁଏ କିଛି ଚାଲିବାକୁ

କହିବା ଓ ଚାଲିବା ବ୍ୟବଧାନରେ

ତୁମେ ଓ ମୁଁ .......

କିଛି ଭାବନାର ଶୂନ୍ୟତାରେ

କହି ହୁଏନା ତୁମକୁ

ତୁମେ କ'ଣ ସେହି 

ଶୂନ୍ୟତାର ଭାବନା ମଧ୍ୟରେ.....??

କ'ଣ ଯୋଡ଼ି ହବନି ଆମ ସମ୍ପର୍କକୁ ....??


ଟିକେ ଭାବିଲେ 

ମନେ ହୁଏ କିଛି ଲେଖିବାକୁ

ଟିକେ ଶୁଣିଲେ

ମନେ ହୁଏ କିଛି ଦେଖିବାକୁ

ଲେଖିବା ଓ ଦେଖିବାର ବ୍ୟବଧାନରେ

ତୁମେ ଓ ମୁଁ .....

କିଛି ସ୍ୱପ୍ନର ଶୂନ୍ୟତାରେ

ଧରି ହୁଏନା ତୁମକୁ

ତୁମେ କ'ଣ ସେହି

ଶୂନ୍ୟ ସ୍ୱପ୍ନର ପରି ରାଇଜରେ....??

କ'ଣ ଯୋଡ଼ି ହବନି ଆମ ସମ୍ପର୍କକୁ ....??


ଟିକେ ଚାହିଁଲେ

ମନେ ହୁଏ କିଛି ଆଙ୍କିବାକୁ

ଟିକେ ହସିଲେ

ମନେ ହୁଏ କିଛି ଗପିବାକୁ

ଆଙ୍କିବା ଓ ଗପିବାର ଭିତରେ

ତୁମେ ଓ ମୁଁ.....

କିଛି ଆଶାର ଶୂନ୍ୟତାରେ

ଭାବି ହୁଏନା ତୁମକୁ

ତୁମେ କ'ଣ ସେହି

ଆଶାର ଅପେକ୍ଷାରେ.....??

କ'ଣ ଯୋଡ଼ି ହବନି ଆମ ସମ୍ପର୍କକୁ ....?? 



Rate this content
Log in

Similar oriya poem from Romance