STORYMIRROR

Krushna Chandra Dakua

Romance

3  

Krushna Chandra Dakua

Romance

ତୁମେ ମନେପଡ

ତୁମେ ମନେପଡ

1 min
212

ସାଥୀ ମୂଁ ଜାଣେନା 

ତୁମେ ସତ ଥିଲ 

ନା ସ୍ୱପ୍ନ ଥିଲ

ଯାହାବି ହେଉ 

ମୋ ଆନନ୍ଦର ତ 

ତୁମେ ପ୍ରତୀକ ଥିଲ

ହେଲେ ଏବେ ତୁମେ ନାହଁ

ଅଛି କେବଳ ମୁଁ ଓ 

ମୋ ଅସୁମାରୀ ସ୍ୱପ୍ନ ଏବଂ ସ୍ମୃତି

ତୁମ ପାଖେ ରହି 

ଅଲଗା ରହିବା ତ

ବୋଧେ ଏ ପ୍ରକୃତିର ଇଛାଥିଲା

କିନ୍ତୁ ବର୍ତ୍ତମାନ 

ତୁମେ ନାହଁ ବୋଲି

ଫିକା ଫିକା ଏଇ ମୋ

ସମସ୍ତ ସ୍ୱପ୍ନ ସମ୍ଭାର

ମୂଁ ଜାଣେନା 

ଉଡି ଯିବା ଯଦି

ଥିଲା ତୁମ ଇଛା

ବାନ୍ଧିଲ କାହିଁକି କୁହ

ତୁମେ ଉଡିଗଲେ

ମୁଁ ଏକା କାହିଁକି ରହିବି

ଧୀରେ ଧୀରେ ମୋ କାନେ କୁହ

ଏବେ ମୁଁ ମୋ ରାସ୍ତାରେ

ଭବିଷ୍ୟତ କାର୍ଯ୍ୟପନ୍ଥା ପଛେ ପଛେ

ଶୁଭ ବିଦାୟ ....!


Rate this content
Log in

Similar oriya poem from Romance